
ପ୍ରତି ବର୍ଷ ଜୁନ ୫ ତାରିଖରେ ବିଶ୍ୱ ପରିବେଶ ଦିବସ ରୂପେ ସାରା ବିଶ୍ୱ ଏହି ଦିବସକୁ ପାଳନ କରୁଛି। ସ୍ଵଚ୍ଚ ଓ ସୁରକ୍ଷିତ ପୃଥ୍ୱୀଵୀ ଗଠନ କରିବା ଦିଗରେ ଦୀର୍ଘ ୫୨ ବର୍ଷ ଧରି ବିଶ୍ୱ ଆଜିର ଦିନକୁ ପରିବେଶ ସୁରକ୍ଷା ଦିବସ ରୂପେ ମଧ୍ୟ ପାଳନ କରିଆସୁଛି। ଏହି ଦିନରେ ପରିବେଶକୁ ସୁନ୍ଦର କରି ଗଢି ତୋଳିବା ପାଇଁ ଗଛ ଲଗାଇବା ସହିତ ପରିବେଶ ରୁ ପ୍ଲାଷ୍ଟିକ ବ୍ୟବହାର ମୁକ୍ତ ପାଇଁ ବିଶ୍ୱର ବିଭିନ୍ନ ସରକାରୀ ଓ ବେସରକାରୀ ସଂଗଠନ ଆହ୍ୱାନ ଦେଉଛି। ଏହି ପ୍ରରିପେକ୍ଷୀରେ ଗତକାଲି ରାଜନଗର ବନଖଣ୍ଡ ଅଧିକାରୀ ଙ୍କ କାର୍ଯ୍ୟାଳୟ ପରିସରରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି।
ବନ ବିଭାଗ ପକ୍ଷରୁ ପରିବେଶର ସୁରକ୍ଷା ପ୍ରତି ଅନେକ ଆହ୍ୱାନ ଦିଆଯାଇଛି ସାଧାରଣ ଜନତାଙ୍କୁ। ଦୈନଦିନ ଆମେ ବହୁ ପୁରୁଣା ଗଛ କାଟିବା ହେତୁ ସୁଦ୍ଧ ଅମ୍ଳଜାନର ମାତ୍ରା ହ୍ରାସ ହେବା ଦ୍ୱାରା ଶରୀରରେ ଅନେକ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇବା, ପ୍ଲାଷ୍ଟିକ ବୋତଲରେ ପାଣିପିଇବା ହେତୁ ଏପରିକି ମନୁଷ୍ୟ ଶରୀରରେ ପ୍ଲାଷ୍ଟିକ ଅଣୁ ପ୍ରତୀୟ ମାନ ହେବାର ଦେଖାଦେଇଛି ଏହା ସାଙ୍ଗକୁ ଖାଦ୍ୟ ଶସ୍ୟ ରେ ଜୈବିକ ସାର କୁ ବ୍ୟବହାର ନକରାଯାଇ ପ୍ରଚୁର ପରିମାଣରେ ରାସାୟନିକ ସାର ର ପ୍ରୟୋଗ କରାଯିବା, ଅପମିଶ୍ରିତ ଖାଦ୍ୟ ଖାଇବା ଦ୍ୱାରା ଦିନକୁଦିନ ଆୟୁଷ କମିବାରେ ଲାଗିଛି। ତେଣୁ ଦୈନଦିନ ଜୀବନ ରେ ପ୍ଲାଷ୍ଟିକ ଓ ପଲ୍ଲୀଥିନ ବ୍ୟବହାର ଠାରୁ ଦୁରେଇ ରହିବା,ଯାହା ଦ୍ୱାରା ଆମ ଶରୀରରେ ରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ସହିତ ପରିବେଶ, ଜଙ୍ଗଲ ଓ ଜଳ ବାୟୁ ସୁରକ୍ଷିତ ରହିବ ଏବଂ ଜଙ୍ଗଲ ରେ ରହୁଥିବା ଜୀବଜନ୍ତୁ ମଧ୍ୟ ସୁରକ୍ଷିତ ରେ ରହିପାରିବେ। ଏହାକୁ ମାନିଲେ କୌଣସି ଜୈବ୍ୟ ବିବିଧତା ନଷ୍ଟ ହେବା ନାହିଁ କିମ୍ବା ମୃତିକା କ୍ଷୟ ମଧ୍ୟ ହେବ ନାହିଁ। ଏହା ଥିଲା ବିଶ୍ୱ ପରିବେଶ ଦିବସ ରେ ରାଜନଗର ବନ ବିଭାଗ ପକ୍ଷରୁ ଆହ୍ୱାନ।
ପରେ ରାଜନଗର ବନଖଣ୍ଡ ଅଧିକାରୀ ଙ୍କ କାର୍ଯ୍ୟାଳୟ ପରିସରରେ ବନ ବିଭାଗ ପକ୍ଷରୁ ଚାରା ରୋପଣ କରାଯିବା ସହିତ ଯେଉଁ କୁନି କୁନି ପିଲାମାନଙ୍କ ଦ୍ୱାରା ପରିବେଶ ସୁରକ୍ଷା ଦିଗରେ ଚାରା ରୋପଣ କରାଯାଇଥିଲା ଓ ଭିତରକନିକା ରେ କୁମ୍ଭୀର ସଂରକ୍ଷଣ କୁ ୫୦ ପୂର୍ତ୍ତି ଅବସରରେ ସେମାନଙ୍କୁ ବନ ବିଭାଗ ପକ୍ଷରୁ ପୁରସ୍କୃତ କରାଯାଇଥିଲା ବଡ଼ ଧୁମ ଧାମରେ ଏହି ଉତ୍ସବ କୁ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜନଗର ବନଖଣ୍ଡର ଏସିଏଫ ଗଗନ ବିହାରୀ ମଲ୍ଲିକ,ଗବେଷକ ପ୍ରସନ୍ନ ନାୟକ,ରେଞ୍ଜର ଚିତ୍ତରଞ୍ଜନ ବେଉରା, ଫରେଷ୍ଟର ବିଜୟ କୁମାର ଦାସ, ଲକ୍ଷ୍ମୀଧର ବାରିକ, ନବୀନ ମଲ୍ଲିକ,ସଂଜୀବ କୁମାର ଦାସ ଙ୍କ ସମେତ ଅନ୍ୟ ବନ କର୍ମଚାରୀ ଓ ଗଣମାଧ୍ୟମ ର ପ୍ରତିନିଧି ସାମିଲ ହୋଇଥିଲେ।