
ଆନନ୍ଦପୁର ଉପଖଣ୍ଡ ଶୈଲଙ୍କ ମା ତାରିଣୀ ଯୁକ୍ତ ୨ ବିଜ୍ଞାନ ମହାବିଦ୍ୟାଳୟ ଚଳିତ ବର୍ଷ ଯୁକ୍ତ ୨ ବିଜ୍ଞାନ ରେ ଛାତ୍ରଛାତ୍ରୀ ସଫଳତା ଲାଭ କରି ଛନ୍ତି । ଯାହା ପାଖାପାଖି ଜିଲ୍ଲା ର କଲେଜ ମାନଙ୍କ ମଧ୍ୟରେ ରେକର୍ଡ ସୃଷ୍ଟି କରିଛି । ଏହି କଲେଜ ର ମୋଟ ୪୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ସମସ୍ତେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଛାତ୍ରଛାତ୍ରୀ ଙ୍କ ମଧ୍ୟରୁ ୫୦୦ ରୁ ଉର୍ଦ୍ଧ୍ବ ନମ୍ବର ରଖି ୮ ଜଣ ଛାତ୍ରଛାତ୍ରୀ A1 ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଦେବାଶିଷ ଜେନା ,ଦୀପାରାଣୀ ସାହୁ ,ଇତିଶ୍ରୀ ରାଉତ ,ରାଜେନ୍ଦ୍ର ରାଉଳ ସ୍ୱୀକୃତି ସୁପ୍ରଭା ସା ,ଶ୍ରୁତି ଶ୍ରାବଣୀ ବରାଳ ,ଉସାଶ୍ରୀ ସାହୁ ,ସୁଭଦ୍ରା ସାହୁ, ଭଲ ନମ୍ବର ରଖି ଛାତ୍ରଛାତ୍ରୀ ରଖିଛନ୍ତି।
କଲେଜ ର ଅଧ୍ୟକ୍ଷ ଓ ଅଧ୍ୟାପିକା ,ଅଧ୍ୟାପକ ପ୍ରଥମ ବର୍ଷ ର ଛାତ୍ରଛାତ୍ରୀ ମାନଙ୍କୁ କଲେଜ ପକ୍ଷରୁ ପୁଷ୍ପଗୁଚ୍ଛ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ଭର୍ଦ୍ଧନା କରାଯାଇଛି lଏଥିରେ କଲେଜର ଚ୍ୟାୟାରମ୍ୟାନ ଚନ୍ଦ୍ର ଶେଖର ନାୟକ କଲେଜ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣେଇବା ସହ ଉତ୍ତୋରତର ଉଣ୍ନତି କାମନା କରିଛନ୍ତି l ଏହି ସମ୍ଭର୍ଦ୍ଧନା ଉତ୍ସବରେ କଲେଜର ଅଧ୍ୟାପକ, ଅଧ୍ୟାପିକା , କର୍ମଚାରୀ ଓ ଅଭିଭାବକ ଉପସ୍ଥିତ ଥିଲେ।ତେବେ ଏହି କଲେଜରେ ପାଠପଢ଼ି ଉର୍ତ୍ତିଣ୍ଣ ହୋଇଥିବାରୁ ଛାତ୍ର ଛାତ୍ରୀ ମାନେ ଗର୍ବ ଅନୁଭବ କରୁଥିବା କହିଛନ୍ତି ।