ବଜ୍ରାଘାତରେ ଜଣେ ମୃତ ଜଣେ ଗୁରୁତର

ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ରାଜଗାଙ୍ଗପୁର ଘୋଘର ରୋଡ଼ ନିକଟରେ ଥିବା ଆରକେ ଇଟାଭାଟିରେ କାର୍ଯ୍ୟ କରୁଥିବା ବେଳେ ଦୁଇଜଣ ବଜ୍ରାଘାତରେ ଆଘାତ ହୋଇଥିଲେ । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି । ଉଭୟ ଛତିଶଗଡ଼ର ସାରଙ୍ଗ ଜିଲ୍ଲାର ବାସିନ୍ଦା । ଉଭୟ ଦୁଇ ଭାଇ ବୋଲି ଜଣା ପଡିଛି । ମୃତ ବ୍ୟକ୍ତି ଜଣକ ହେଲେ ସହଦେଵ ବଜାରୀ ଓ ଗୁରୁତର ଥିବା ସାନ ଭାଇ ରାହୁଲ ବଜାରୀ ବୋଲି ଜଣାପଡିଛି । ଗୁରୁତର ରାହୁଲଙ୍କୁ ପ୍ରଥମେ ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣା ଯାଇଥିଲା । ପରେ ଅବସ୍ଥା ଗୁରୁତର ହୋଇଯିବାରୁ ଚିକିତ୍ସା ପାଇଁ ରାଉଲକେଲାକୁ ପଠାଯାଇଛି ।