
ଓଡ଼ିଶା ରିପୋର୍ଟର ମହାସଂଘ ଆଠମଲ୍ଲିକ ଶାଖା ପକ୍ଷରୁ ଏକ ସାଧାରଣ ବୈଠକ ଠାକୁରଗଡ଼ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଛି। ବରିଷ୍ଠ ସାମ୍ବାଦିକ କରୁଣାକର ନାୟକଙ୍କ ଦ୍ଵାରା ଆହୁତ ଏହି ବୈଠକରେ ଅନୁଗୁଳ ଜିଲ୍ଲା ସଭାପତି ବସନ୍ତ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତ ସାମ୍ବାଦିକ ଏକାଠି ହେବା ସହ ସଂଗଠିତ, ସୁଶକ୍ତ ହେଲେ ସୁରକ୍ଷିତ ରହି ନିଜର କାର୍ଯ୍ୟ ସମ୍ପାଦନ କରି ପାରିବେ ବୋଲି କହିଥିଲେ। ଏହି ବୈଠକରେ ସବୁ ଚ୍ୟାନେଲର ପ୍ରତିନିଧି ଉପସ୍ଥିତ ଥିଲେ।