ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଚଷାଖଣ୍ଡ ପଂଚାୟତରେ ମାନ ମଲିକ ଏବଂ ଗୋବିନ୍ଦ ୨ ପରିବାର ମଧ୍ୟରେ ଦୀର୍ଘଦିନ ହେବ ବିବାଦ ଲାଗି ରହିଥିଲା । ଗୁରୁବାର ରାତିରେ ଗୋବିନ୍ଦ ମଲିକଙ୍କର ବାର୍ଦ୍ଧକ୍ୟ ଜନିତ ମୃତ୍ୟୁ ଘଟିଥିଲା । ପୂର୍ବରୁ ମାନ ମାଲିକଙ୍କର ମଧ୍ୟ ଦେହାନ୍ତ ହୋଇ ସାରିଛି । ତେବେ ଗୋବିନ୍ଦଙ୍କ ମୃତ ଶରୀରକୁ ତାଙ୍କ ପୁଅ ମାନେ ମାନ ମଲିକ ପୁଅଙ୍କ ଦୁଆର ମୁହଁରେ ପୋତି ଦେଇଥିଲେ । ବାରଣ ସତ୍ୱେ କୌଣସି କଥାକୁ ଭ୍ରୁକ୍ଷେପ ନକରି ପୋତିଥିଲେ ଶବ । ଛୋଟ ଛୋଟ ପିଲାଙ୍କୁ କିଭଳି ଚଳିବେ ବୋଲି କାନ୍ଦି କାନ୍ଦି ନ୍ୟାୟ ଭିକ୍ଷା କରିଥିଲେ ମାନଙ୍କ ବୋହୁ । ତେବେ ପ୍ରଶାସନର ଦ୍ୱାରସ୍ତ ହେବା ସହ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରସାରଣ ତଥା ସୋସିଆଲ ମେଡ଼ିଆରେ ନିନ୍ଦା କରାଯିବା ପରେ ଶେଷରେ ଗୋବିନ୍ଦଙ୍କ ପୁଅ ମାନେ ନିଜ ବାପାଙ୍କ ଶବକୁ ବାହାର କରି ନିଜ ବାରିରେ ଅନ୍ତିମ କ୍ରିୟା ଶେଷ କରିଥିଲେ ।