ଜଙ୍ଗଲ ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବୃକ୍ଷ ହିଁ ଜୀବନ , ବୃକ୍ଷ ବିନା ଜୀବନ ଅସମ୍ଭବ, ଜଙ୍ଗଲ ସୁରକ୍ଷା ଆମ ଦାୟିତ୍ୱ । ପ୍ରାକୃତିକ ସୌନ୍ଦଯ୍ୟର ମୂଳ ଉତ୍ସ ହେଉଛି ଜଙ୍ଗଲ । ବନ୍ୟଜନ୍ତୁ ଙ୍କୁ ସୁରକ୍ଷା ଦେବା ସହିତ ଜଙ୍ଗଲ ପରିବେଶ କୁ ରକ୍ଷା କରିବା ଆମର ପ୍ରଥମ କର୍ତ୍ତବ୍ୟ । ଏଭଳି ଏକ ସଚେତନତା ର ବାର୍ତା ଦେଇ ବନ ବିଭାଗ ର ଅଧିକାରୀ ଓ ସ୍କୁଲ ର ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ତଥା କଟକ ବନଖଣ୍ଡ ଏସିଏଫଓ ସନ୍ତୋଷ କୁମାର ପତି ବୈଠକ ରେ ସୂଚନା ଦେଇଥିଲେ । ରାଜ୍ୟ ସରକାର ଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ବିଭାଗ ପକ୍ଷରୁ କଟକ ବନଖଣ୍ଡ ଅଧୀନରେ ଥିବା ସମସ୍ତ ରେଞ୍ଜ ଅଫିସ ରେ ଜଙ୍ଗଲ ସୁରକ୍ଷା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ନିର୍ଦେଶ ଜାରି କରାଯାଇଛି । ଆଜି ଯାଜପୁର ରୋଡ ବନ ବିଭାଗ ତରଫରୁ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ପିଲାମାନଙ୍କୁ ନେଇ ବନ୍ୟଜନ୍ତୁ, ଜଙ୍ଗଲ ଜାତ ଖାଦ୍ୟଦ୍ରବ୍ୟ ଓ ଜଙ୍ଗଲ ପରିବେଶ ଉପରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ବ୍ୟାସନଗର କେ ଏନ ଡି ଏ ସମ୍ମିଳନୀ ଗୃହରେ ବିଭାଗ ର ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଜଙ୍ଗଲ ର ସ୍ଥାୟୀ ସୁରକ୍ଷା, ଜଙ୍ଗଲ ପୋଡି କୁ ଆୟତ୍ତ କରିବା, ବନ୍ୟଜନ୍ତୁ ମାନଙ୍କୁ ସୁରକ୍ଷା ଦେବା, ବୃକ୍ଷ ରୋପଣକୁ କିଭଳି ବୃଦ୍ଧି କରିବା ସହିତ ପରିବେଶ କୁ କିଭଳି ସୁରକ୍ଷା ଦେବା ଏ ବିଷୟରେ ବନାଞ୍ଚଳ ଅଧିକାରୀ ଧର୍ମେନ୍ଦ୍ର ପ୍ରଧାନ ଆଲୋଚନା କରିଥିଲେ । କେନ୍ଦ୍ରୀୟ ବିଦ୍ୟାଳୟ ରେ ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତା ରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ବନ ବିଭାଗ ତରଫରୁ ପୁରସ୍କୃତ କରାଯାଇଥିଲା । ସମ୍ମାନିତ ଅତିଥିଭାବେ ପରିବେଶବିତ ଦୁଷ୍ମନ୍ତ କୁମାର ରାଉତ ଯୋଗ ଦେଇ କର୍ମଚାରୀ ମାନଙ୍କୁ ପରିବେଶ ସୁରକ୍ଷା ଉପରେ ଏକ ସଚେତନତା ବାର୍ତା ପ୍ରଦାନ କରିଥିଲେ । ଯାଜପୁର ରୋଡ ଫରେଷ୍ଟର ନୀଳିମା ପ୍ରିୟଦର୍ଶିନୀ ନାୟକ ଙ୍କ ତତ୍ଵାବଧାନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ବନ ବିଭାଗ ର ସମସ୍ତ କର୍ମଚାରି ସହଯୋଗ କରିଥିଲେ ।