ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ ପାଳନ

ଆଜି ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାନୁଷ୍ଠାନ, କେନ୍ଦୁଝରଗଡ଼ ପକ୍ଷରୁ ଉତ୍କଳ ଦିବସ ପାଳନ କରାଯାଇଛି । ଶ୍ରୀଅରବିନ୍ଦ ‘ଶ୍ରୀମା’ଙ୍କ ଉଦ୍ଦେଶ୍ୟରେ ଶାନ୍ତିପୂର୍ଣ୍ଣ ନିରବ ପ୍ରାର୍ଥନା କରାଯାଇ ଶିକ୍ଷାନୁଷ୍ଠାନ ପକ୍ଷରୁ ବନ୍ଦେ ଉତ୍କଳ ଜନନୀ ସ୍ଲୋଗାନ ଦେବା ସହ ଓଡିଶା ତଥା ଓଡ଼ିଆ ଗୌରବର ପରିଚୟ ଆମେ ଓଡ଼ିଆ ଆମେ ବଢିଆ.. କବିତାର ଗୁଞ୍ଜରଣ କରି ଜିଲ୍ଲାପାଳ ଅଫିସ ଅଭିମୁଖେ ଛାତ୍ରଛାତ୍ରୀ ମାନେ ପ୍ରଭାତ ଫେରି ବାହାରି ଥିବା ଦେଖାଯାଇଥିଲା। ଜିଲ୍ଲାପାଳ ଅଫିସ ଠାରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯିବା ସହିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ, ଦେଶର ବରପୁତ୍ର ସୁବାଷ ବୋଷ, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ଜୟଗାନ କରାଯାଇଥିଲା।

ସେହିପରି ସ୍କୁଲରେ ମଧ୍ୟ ଓଡିଶା ପ୍ରଦେଶ ଗଠନ ନେଇ, ସ୍କୁଲର ଭାଇ ଭଉଣୀ ମାନେ ଉଦବୋଧନ ଦେଇ, ଦେଶ ଭକ୍ତି ଉଦ୍ଦେଶ୍ୟ କବିତା ତଥା ସଂଗୀତ ଗାନ କରଥିବା ଦେଖା ଯାଇଥିଲା। ଏଥିରେ ସ୍କୁଲ ଅଧ୍ୟକ୍ଷ ପଦ୍ମ ଲୋଚନ ମହାନ୍ତ ନେତୃତ୍ୱ କରିବା ସହିତ ସବୁ କାର୍ଯ୍ୟକ୍ରମରେ ମହେନ୍ଦ୍ର ସାର, ଅମିତ ଭାଇ, ଅଜୟ ଭାଇ, ଗୋକୁଳ ଭାଇ, ପ୍ରତିଭା ଅପା, ଜଲ୍ଲି ଅପା, ପଦ୍ମିନୀ ଅପାଙ୍କ ସାହାର୍ଯ୍ୟ ସହଯୋଗ ରହିଥିଲା।