
ବାଲେଶ୍ଵର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଜାମଶୂଳି ଲଙ୍ଗଳେଶ୍ଵର ରାସ୍ତାର କାସିଆ ଚଟାଣ ଛକ ନିକଟରେ ଏକ ଗଳିତ ମୃତଦେହ ଠାବ ହୋଇଛି। ମୃତକ ହେଲେ କୈନଗ୍ରୀ ପଞ୍ଚାୟତର ଡୁବୁଲିଆ ଗ୍ରାମର ମଧୁସୂଦନ ଜେନା । ରାସ୍ତା କଡ଼ରେ ଥିବା ଘାସବୁଦା ଭିତରେ ମୃତଦେହ ପଡ଼ିଥିବାବେଳେ ଦୁର୍ଗନ୍ଧ ହେବାରୁ ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରୁ ୨ ହଳ ଜୋତା ଓ ବାଇକର ଭଙ୍ଗା ଇଣ୍ଡିକେଟର ମିଳିଛି। ଏଥିସହିତ ନିକଟସ୍ଥ ପେଟ୍ରୋଲ ନିକଟରେ ଏକ ପରିତ୍ୟକ୍ତ ବାଇକ ୩ଦିନ ହେଲା ପଡ଼ିଥିବା ଦେଖିବାକୁ ମିଳିଛି। ବାଇକଟି କାହାର କିପରି ସେଠାକୁ ଆସିଲା ପେଟ୍ରୋଲ ପମ୍ପରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ’କଲେ ଜଣାପଡ଼ିବ ବୋଲି କୁହାଯାଉଛି। ତେବେ ଏହା ହତ୍ୟା ନା ଦୁର୍ଘଟଣାଜନିତ ମୃତ୍ୟୁ ତାକୁ ନେଇ ସନ୍ଦେହ ବଢ଼ିଛି।