
ରାୟଗଡା ଜିଲ୍ଲା କାଶିପୁର ବ୍ଲକ କଂସାରିଗୁଡା ସ୍ଥିତ ଆଦିତ୍ୟ ଆଲୁମିନା କମ୍ପାନୀ ପକ୍ଷରୁ ଶିକ୍ଷାର ଉନ୍ନତିପାଇଁ ଜ୍ଞାନବୃଦ୍ଧି ପାଠଶାଳା କାଡାପଦର ଗ୍ରାମଠାରେ ଆରମ୍ଭ ହୋଇଛି । ଏହି ପାଠଶାଳା ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅଞ୍ଚଳର ଉନ୍ନତ ଶିକ୍ଷା ଯୋଗାଇବା। ଆଦିତ୍ୟ ଆଲୁମିନା ପ୍ରକଳ୍ପର ସିଇଅ ମଜହର ବେଗ ଅଞ୍ଚଳର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ପଦକ୍ଷେପ ନେଇଥିବାବେଳେ ଶିକ୍ଷା ଉପରେ ଆଉ ଏକ ପାଦ ଆଗକୁ ବଢାଇ ଛନ୍ତି। ପ୍ରଥମରୁ ପଞ୍ଚମ ଶ୍ରେଣି ପର୍ଯ୍ୟନ୍ତ ଗ୍ରାମର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ସକାଳ ଏବଂ ସନ୍ଧ୍ୟା ସମୟରେ ଉନ୍ନତ ମାନର ଶିକ୍ଷା ଦିଆଯିବ।

ଆଦିତ୍ୟ ଆଲୁମିନା କମ୍ପାନୀର ସିଇଅ ମଜହର ବେଗ, ଲିଭରା ଫାଉଣ୍ଡେସନର ମୁଖ୍ୟ ଡଂ ପ୍ରୋଦ୍ୟୁମ୍ନ କିଶୋର ପ୍ରହରାଜ ,ଏଚ ଆର ହେଡ ଦୀପକ ମହାନ୍ତି ,ସିଏସଆର ହେଡ ତନ୍ମୟମହାନ୍ତି, ସରପଞ୍ଚ ଲିଲାବତୀ ମାଣ୍ଡାଙ୍ଗିଙ୍କ ସମେତ ଅନ୍ୟ ଅତିଥି ମଧ୍ୟ ଉପସ୍ଥିତ ଥିଲେ। ଆଗକୁ ଆହୁରି ଅଞ୍ଚଳରେ ୧୦ଟି ପାଠଶାଳା କରି ଉଚ୍ଚ ଶିକ୍ଷିତ ଯୁବକ-ଯୁବତୀଙ୍କୁ ନିଯୁକ୍ତି ଦେବାସହ ଛାତ୍ରଛାତ୍ରୀ ମାନଙ୍କ ସୁନ୍ଦର ଭବିଷ୍ୟତ ଗଠନ କରିବା ପାଇଁ କମ୍ପାନୀର ପ୍ରୟାସ ଜରି ରହିବ ବୋଲି ଶ୍ରୀଯୁକ୍ତ ବେଗ କହିଛନ୍ତି।