୧୦ ଦଫା ଦାବୀ ନେଇ ଅଙ୍ଗନୱାଡ଼ି କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ

ଭାରତୀୟ ମଜଦୁର ସଂଘ ଅଲ ଓଡିଶା ଅଙ୍ଗନୱାଡ଼ି ଲେଡିସ ୱର୍କର୍ସ ଆସୋସିଏସନ ଗଞ୍ଜାମ ଜ଼ିଲ୍ଲା ପକ୍ଷରୁ ଛତ୍ରପୁର ସ୍ଥିତ ଜ଼ିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିରେ ସଭାନେତ୍ରୀ ହେମଲତା ମହାନ୍ତି, ସମ୍ପାଦିକା ବାସନ୍ତୀ କୁମାରୀ ପ୍ରଧାନ ନେତୃତ୍ୱ ନେଇଥିଲେ । ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ମାନଙ୍କ ପକ୍ଷରୁ ଏକ ବିଶାଳ ରାଲି ଡିଆର ଡିଏ ଛକ ରୁ ବାହାରି ସହର ପରିକ୍ରମା କରି ଜ଼ିଲ୍ଲାପାଳଙ୍କ ଅଫିସ ଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଏହା ସହ ନେତା ମାନେ ୧୦ ଦାବୀ ଉପସ୍ଥାପନ କରିଥିଲେ । ଦାବୀ ଗୁଡିକ ମଧ୍ୟରେ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ମାନଙ୍କୁ ସରକାରୀ କର୍ମଚାରୀ ଘୋଷଣା ସହ ପରିତୋଷିକ ପ୍ରଦାନ, ତିନି ମାସର ଆଗୁଆ ଟିଏଚଆର, ଅବସର ପରେ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ମାନଙ୍କୁ ଶିକ୍ଷୟତ୍ରୀ ଭଳି ଅବସରକାଳୀନ ବେନିଫିଟ ଦେବା ଆଦି ଦାବି ବାବଦରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜ଼ିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା ।