ଲୁହାପଥର ଲୁଟ ଉଦ୍ୟମ, ୨ଟି ଟ୍ରକ୍ ଜବତ

ଯୋଡା ଖଣି ମଣ୍ଡଳରେ ଅହେତୁକ ଭାବେ ବୃଦ୍ଧି ପାଇଛି ଚୋରି । ବାରମ୍ବାର ଚୋରି ହେବା ପରେ ମଧ୍ୟ ଖଣି ବିଭାଗ ଚୋରି ରୋକିବାରେ ବିଫଳ ହେଉଛି l ଖଣି ବିଭାଗ ଦ୍ଵାରା ବିଭିନ୍ନ ସ୍ଥାନରେ ଦାବିଦାର ନ ଥିବା ଖଣିଜ କୁ କାଗଜ ପତ୍ରରେ ଜବତ ଦେଖାଇ ବିଭାଗ ବେପରୁଆ ଭାବେ ସେହି ସ୍ଥାନରେ ଛାଡି ଦେଉଛି । ଯାହା ଫଳରେ ଜବତ ଖଣିଜ ଦ୍ରବ୍ୟ ଚୋରି ହେବାରେ ଲାଗିଛି । ଖଣି ଜଗିବା ପାଇଁ ଓ ଖଣିରେ ଅନୁଶାସନ ରଖିବା ପାଇଁ ଖଣି ବିଭାଗ ରହିଛି ।

ଖଣିଜ ଚୋରା ଚାଲାଣ କୁ ରୋକିବା, ଖଣିଜ ବୋଝେଇ ଗାଡ଼ି ଧରିବାରେ ଖଣି ବିଭାଗ କୌଣସି ଆଖିଦୃଶିଆ କାର୍ଯ୍ୟ କରି ପାରୁ ନାହିଁ । ଖଣି ଚୋରିକୁ ପୋଲିସ ଓ ବନ ବିଭାଗ କିଛି ଅଂଶରେ ଆୟତ୍ତ କରୁଛନ୍ତି । ଆଜି ଯୋଡା ବେହେରା ସାହି ଠାରେ ଜବତ ହୋଇ ଗଚ୍ଛିତ ଥିବା ଲୁହାପଥରକୁ ଚୋରା ଚାଲାଣ କରୁଥିବା ଦୁଇଟି ଟ୍ରକ କୁ ଯୋଡା ପୋଲିସ ଧରିଵାରେ ସଫଳ ହେଇଛି । ଏଥିରେ ସଂପୃକ୍ତ ବ୍ୟକ୍ତି ମାନେ ଘଟଣା ସ୍ଥଳରୁ ଫେରାର ହେଇଯାଇଛନ୍ତି ।