ପାରମ୍ପରିକ ରୀତିନୀତିରେ ପାଳନ ହୋଇଯାଇଛି ବାଟିପଡ଼ା ଦୋଳମେଳଣ

ପବିତ୍ର ଦୋଳ ପୂର୍ଣମୀ ଅବସରରେ ଆଳି ବାଟିପଡ଼ା ପଞ୍ଚାୟତ ଉତ୍ସବମୁଖର. ନାଚ ଗୀତ ଭଜନ କୀର୍ତନ ରେ କମ୍ପିଲା ବାଟିପଡ଼ା ସ୍କୁଲ ଦୋଳ ମେଳଣ ପଡିଆ.ଗାଁ ଦାଣ୍ଡର ପ୍ରତ୍ୟେକ ଘର ସାମ୍ନାରେ ଝୋଟି ମୁରୁଜ ସାଙ୍ଗକୁ କଳସ ସ୍ଥାପନ କରାଯାଇ ପ୍ରଭୁଙ୍କ ଆସିବା ବାଟକୁ ଚାହିଁ ରହିଛନ୍ତି ଗ୍ରାମବାସୀ.ଜମୁଛି ଦୋଳ ମେଳଣ ଉତ୍ସବ ଉଠୁଛି ପଡୁଛି ଗାଁ ପରିବେଶ. ରଙ୍ଗ ଅବିର ରେ ରଙ୍ଗୀନ ହୋଇଛନ୍ତି ଅଞ୍ଚଳ ବାସି.ଆଳି ଅଞ୍ଚଳ ର ବିଭିନ୍ନ ଗାଁ ରୁ ଆସିଥିବା ବିଭାନ ରେ ରାଧା କୃଷ୍ଣ ଙ୍କ ଯୁଗଳ ମୂର୍ତ୍ତି ଭଳିକି ଭଲି ରତ୍ନ ଚାନ୍ଦୁଆର ସିଂହାସନ ରେ ବାଜା ବାଣ ରୋଷଣୀ ରେ ଆଜି ୫୦ ରୁ ଅଧିକ ସୁସଜିତ ବିମାନ ରେ ଗାଁ ପରିକ୍ରମା ପୁରା ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା. ବାଟିପଡ଼ା ଗାଁ ଦୋଳ ମେଳଣ ଉତ୍ସବ ରେ ବିଶ୍ୱ ଭାତୃଭାବ ସହିତ ପରସ୍ପର ରଙ୍ଗ ଅବିରରେ ଆଲିଙ୍ଗନ କରି ବିଭାନ କୁ ଗାଁ ପରିକ୍ରମା କରି ମେଲଣ ପଡିଆକୁ ଆଣୁଥିବା ଦେଖିବାକୁ ମିଳିଥିଲା. ଭକ୍ତ ମାନେ ଭଜନ କୀର୍ତନ ଡିଜେ ବାଣ ରୋଷଣୀ ଓ ପୁରାତନ ହୋଲି ଗୀତ ପରିବେଷଣ ସହ ବାଟିପଡ଼ା ଗାଁ କମିଟି ପକ୍ଷରୁ ବିଶିଷ୍ଟ ବ୍ୟକ୍ତିବିଶେଷ ମାନଙ୍କୁ ସମ୍ବୋର୍ଦ୍ଧିତ କରାଯିବା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭଜନ ସମାରୋହ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା……