ହାଇୱା ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ

ହାଇୱା ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ | ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସୀଙ୍ଗିଯୁବା କଲେଜ ନିକଟରେ ହାଇୱା ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି | ବୃଦ୍ଧ ବ୍ୟକ୍ତି ଜଣକ ହେଉଛନ୍ତି ସୀଙ୍ଗିଯୁବା ଗ୍ରାମର ଟଙ୍କଧର ସାହୁ | ସୂଚନା ଅନୁସାରେ, ରାମପୁର ପଟରୁ ବୃଦ୍ଧା ଜଣକ ସାଇକଲରେ ଆସୁଥିବା ସମୟରେ ପଛପଟୁ ଆସୁଥିବା ହାଇୱା ଧକ୍କା ଦେଇଥିଲା | ଧକ୍କା ଦେବା ଫଳରେ ବୃଦ୍ଧ ଜଣକ ଛିଟିକି ପଡ଼ିଥିଲେ | ରାସ୍ତାରେ ଗୁରୁତର ଅବସ୍ଥାରେ ପଡିଥିବା ବୃଦ୍ଧାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବିନିକା ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ |

ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି | ଖବରପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ହଇୱାକୁ ଜବତ କରିବା ସହ ଡ଼୍ରାଇଭରକୁ ଅଟକ ରଖି ଅଧିକ ତଦନ୍ତ କରୁଛି |