କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ୍ରୀକ ପ୍ରକଳ୍ପ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା ଦରିଆପାରି ରାମଚଣ୍ଡୀ ମହାକାଳପଡ଼ା ଠାରେ ଭାରତ ସରକାରଙ୍କ ଏକ୍ରୀକ ପ୍ରକଳ୍ପ ଦ୍ବାରା ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଛି |

ଏହି ସଭାରେ ବିଶ୍ବରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଜୀବ ଜଗତ ଉପରେ ପ୍ରଭାବ ପଡୁଛି କୃଷି କ୍ଷେତ୍ରରେ ପ୍ରଭାବ ପଡ଼ିବ ଯୋଗୁ ଚାଷ ଜମିର ଉର୍ବରତା କମୁଛି, ଗଛରେ ରୋଗ ପୋକ ଦାଉରୁ ଅମଳ କମୁଛି, ଜଳବାୟୁ ପରିବର୍ତ୍ତନରେ ମହିଳା ମାନଙ୍କ ଭୁମିକା ଉପରେ ଆଲୋଚନା କରାଯାଇଥିଲା | ମହିଳା ମାନେ ସଶକ୍ତିକରଣ ହୋଇଛନ୍ତି, ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି |

ଅଦରକାରୀ ପ୍ଲାଷ୍ଟିକରେ ଘର କରଣା ବ୍ୟବହାର ବସ୍ତୁ ତିଆରି କରିବା, ଜୈବିକ କୀଟନାଶକ, ଜୈବିକ ଖତ ପ୍ରୟୋଗ କରି ଫସଲ ଅମଳ କରିବା ପାଇଁ ପରାମର୍ଶ ଦେଇଥିଲେ | ଉପସ୍ଥିତି ଥିବା ଅତିଥି ମାନେ ଏହି ଅବସରରେ ମହାକାଳପଡ଼ା ଅଂଚଳରେ ଆତ୍ମନିର୍ଭରଶୀଳ ମହିଳା ମାନଙ୍କୁ ସମ୍ମାନିତ କରାଯାଇଥିଲା |

ମହିଳା ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ଖେଳ କୁଦ ପ୍ରତିଯୋଗିତା କରାଯାଇଥିଲା | କାର୍ଯ୍ୟକ୍ରମରେ ବ୍ଲକର ଜଳବାୟୁ ପରିବର୍ତ୍ତନ ସ୍ବେଛାସେବୀ, ଏସଏଚଜି ମହିଳା, ଅଗ୍ରଣୀ ମହିଳା କୃଷକ ଓ ମହିଳାମାନେ ବହୁ ସଂଖ୍ୟାରେ ଯୋଗ ଦେଇ ଥିଲେ |

ଆଗାମୀ ଦିନରେ ରସାୟନ ସାର ଓ କିଟନାଶକ ମୁକ୍ତ ବ୍ଲକ ଗଠନ କରାଯିବ, ଜୈବିକ ପଦ୍ଧତିରେ ଫସଲ ଉତ୍ପାଦନ କରି ନିରୋଗ ସୁସ୍ଥ ସମାଜ ଗଠନ କରାଯିବ| ଏହି କାର୍ଯ୍ୟକ୍ରମରେ ନେଚର କ୍ଲବ ଓ ଉତ୍କଳ ସେବକ ସମାଜ ଭଳି ସ୍ବେଛାସେବୀ ସଂଗଠନ ସଦସ୍ୟ ଯୋଗ ଦେଇଥିଲେ |