ବୈତରଣୀ ଆଥଲେଟିକ ଆସୋସିଏସନ ପକ୍ଷରୁ ୫୧ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ଯାଜପୁର ଜିଲ୍ଲା କୋରେଇ ବ୍ଲକ ବରୁଣ୍ଡେଇ ଖେଳ ପଡିଆରେ 51ତମ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଦିବସ ପାଳିତ ହୋଇଯାଇଛି | ଉଦୟ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ କୋରେଇ ବିଧାୟକ ଆକାଶ ଦାସ ନାୟକ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତକରିଥିଲେ |

ବରୁଣ୍ଡେଇରେ ଏକ ଭଲ ମିନିଷ୍ଟାଡ଼ିଅମ ନ ଥିବାରୁ ନିଜ ବିଧାୟକ ପାଣ୍ଠିରୁ ଖୁବଶୀଘ୍ର ଏକ ମିନି ଷ୍ଟାଡ଼ିଅମ ନିର୍ମାଣ କରିବା ନେଇ ପଂଚାୟତବାସୀଙ୍କୁ ପ୍ରତିଶୃତି ଦେଇଥିଲେ |

ଗ୍ରାମାଞ୍ଚଳରେ ତିନିଦିନ ଧରି ଏଭଳି ଏକ ରାଜ୍ୟସ୍ତରୀୟ ଫୁଟବଲ ମ୍ୟାଚର ଆୟୋଜନ କରିଥିବାରୁ କର୍ମକର୍ତାମାନଙ୍କୁ ବିଧାୟକ ଧନ୍ୟବାଦ ଦେଇଥିଲେ | ଆଜିର ଏହି ଉଦଯାପନୀ ତଥା ଫାଇନାଲ ମ୍ୟାଚରେ ଖଡ଼କପୁର ଟିମ କୁ ହରାଇ ବାରିପଦା ଟିମ ଚମ୍ପିୟାନ ହୋଇଥିଲା | ଉଭୟ ଦଳଙ୍କୁ ଆଥଲେଟିକ ଆସୋସିଏସନ ତରଫରୁ ଚମ୍ପିୟାନ ଓ ରନର୍ସ ଟ୍ରଫି ପ୍ରଦାନ କରିବା ସହିତ ଆର୍ଥିକ ରାଶି ପ୍ରଦାନ କରାଯାଇଥିଲା |

ଏହି ଟୁର୍ଣ୍ଣାମେଣ୍ଟରେ ଆଥଲେଟିକ ସମ୍ପାଦକ ଅଭୟ କୁମାର ମହାପାତ୍ର ଙ୍କ ନେତୃତ୍ୱରେ ଆଶ୍ସୋସିଏସନ ସମସ୍ତ କର୍ମକର୍ତା ପ୍ରମୁଖ ସହଯୋଗ କରିଥିଲେ | ଏଭଳି ଏକ ଚିତାକର୍ଷକ ମ୍ୟାଚକୁ ଉପଭୋଗ କରିବା ପାଇଁ ପଡିଆ ରେ ହଜାର ହଜାର ଲୋକ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା |