ଯାଜପୁର ରୋଡ଼ ଥାନା ଖରଡ଼ି ଛକ ନିକଟରେ ଜଳିଗଲା ଡ଼ଷ୍ଟ ବୋଝେଇ ହାଇୱା । ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ। ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା। ସୂଚନା ମୁତାବକ ହାଇୱାଟି ରାସ୍ତାକଡରେ ଠିଆ ହୋଇରହିଥିବା ବେଳେ ହଠାତ ଜଳି ଉଠିଥିଲା।

ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଦାନଗଦି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ମାନେ ପହଂଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। ନିଆଁ ଲିଭାଇବାକୁ ଅଗ୍ନିଶମ ବିଭାଗର ୩ଟି ଟିମ ନିୟୋଜିତ ହୋଇଥିଲେ। ହେଲେ ନିଆଁ ଲିଭିବା ବେଳେକୁ ହାଇୱାଟି ସମ୍ପୂର୍ଣ୍ଣ ଜଳିଯାଇଛି।
ଏହି ଅଗ୍ନିକାଣ୍ଡ ଫଳରେ କିଛି ସମୟ ପାଇଁ ଜଖପୁରା-ମିଲେଟାରି ଛକ ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଥିଲା। ଯାଜପୁର ରୋଡ଼ ଥାନା ପୋଲିସ ପହଞ୍ଚି ଟ୍ରାଫିକ ନିୟନ୍ତ୍ରଣ କରିବା ପରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଛି। ଏହି ଅଗ୍ନିକାଣ୍ଡରେ କାହାର କିଛି କ୍ଷତି ହୋଇ ନ ଥିବା ସୂଚନା ମିଳିଛି।