ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ କୁନ୍ଦୁଲି ଶାଖା ଲ୍ୟାମ୍ପ୍ସ ଅଧିକାରୀ ସତ୍ୟ ନାରାୟଣ ଚାଲାଣ | କୋରାପୁଟ ଜିଲ୍ଲାର ଚାଷୀଙ୍କ ଠାରୁ ଲାଞ୍ଚ ନେଉଛନ୍ତି ଲ୍ୟାମ୍ପ ଅଧିକାରୀ । ଲାଞ୍ଚ ନେବା ବେଳେ କୁନ୍ଦୁଲି ଶାଖା ଲ୍ୟାମ୍ପ ଅଧିକାରୀ ସତ୍ୟ ନାରାୟଣ ଚାଲାଣ ଭିଜିଲାନସ୍ ହାତରେ ଧର ପଡିଛନ୍ତି। ଚାଷୀ ବିକ୍ରୟ କରିଥିବା ମାଣ୍ଡିଆର ବିଲ କରାଇବାକୁ ନେଇ ଲାଞ୍ଚ ନେଉଥିବା ବେଳେ ଭିଜିଲାନସ୍ ଜାଲରେ ଫସିଲେ କୁନ୍ଦୁଲି ଶାଖା ଲ୍ୟାମ୍ପ ଅଧିକାରୀ ସତ୍ୟ ନାରାୟଣ ଚାଲାଣ ।


ଜଣେ ଚାଷୀଙ୍କୁ ମାଣ୍ଡିଆ କିଣିବା ବିଲ ପାଶ କରିବା ପାଇଁ ତିନି ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଲେ କୁନ୍ଦୁଲି ଶାଖା ଲ୍ୟାମ୍ପ ଅଧିକାରୀ । ଦୁଧାରି ଗ୍ରାମର ଚାଷୀ ତୁଳସୀ ମଣ୍ଡଳ ନାୟକଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନସ୍ । ଲାଞ୍ଚୁଆ ଅଧିକାରୀଙ୍କ ଘର ଓ ଅଫିସରେ ଭିଜିଲାନସ୍ ଚଢ଼ାଉ ଜାରି ରହିଥିବା ଜଣାପଡ଼ିଛି।