
କେନ୍ଦୁଝର କାଳୀପଡ଼ିଆରେ ୫ଦିନ ଧରି ଚାଲିବାକୁ ଥିବା ଆଞ୍ଚଳିକ କଳିଙ୍ଗ ହର୍ବାଲ୍ ମେଳା ଉଦଘାଟିତ ହୋଇଛି । କେନ୍ଦୁଝର ବନଖଣ୍ଡ ଓ ରାଜ୍ୟ ଔଷଧୀୟ ବୃକ୍ଷ ବୋର୍ଡ଼ ଦ୍ୱାରା ମିଳିତ ଭାବେ ଆୟୋଜିତ ଏହି ମେଳାକୁ କେନ୍ଦୁଝର ସାଂସଦ ଅନନ୍ତ ନାୟକ ଉଦଘାଟନ କରିଥିଲେ । ଏଠାରେ ଲୋକମାନଙ୍କୁ ବୈଦ୍ୟମାନଙ୍କ ଦ୍ୱାରା ମାଗଣାରେ ଚିକିତ୍ସା ପରାମର୍ଶ ଯୋଗାଇ ଦିଆଯିବ । ଏହି ମେଳାରେ ସମଗ୍ର ରାଜ୍ୟରୁ ଆସିଥିବା ବୈଦ୍ୟମାନଙ୍କୁ ୭୫ଟି ଷ୍ଟଲ୍ ମାଧ୍ୟମରେ ସେମାନଙ୍କର ଜଡ଼ିବୁଟି ଓ ବନୌଷଧିର ପ୍ରଦର୍ଶନୀ ଓ ବିକ୍ରି ସୁବିଧା ଯୋଗାଇ ଦିଆଯାଇଛି । ୨୮ ତାରିଖରେ ଏହି ମେଳାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଯୋଗଦେବାକୁ ଥିବା ବେଳେ, ଆସନ୍ତା ୨ତାରିଖରେ ମେଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ ବୋଲି ସୂଚନା ମିଳିଛି । ଏହି ମେଳାରୁ ସହରବାସୀଙ୍କ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳରୁ ଆସୁଥିବା ଲୋକେ ଲାଭ ପାଇ ପାରିବେ ବୋଲି ସୂଚନା ଦେଇଛନ୍ତି କେନ୍ଦୁଝର ଡ଼ିଏଫଓ।