ଭାଲୁକୁମା ଠାରେ ମହାଦେବ ଗୋପେଶ୍ୱର ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଧକୋଠା ପଞ୍ଚାୟତ ଭାଲୁକୁମା ଠାରେ ମହାଦେବ ଗୋପେଶ୍ୱର ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ବହୁ ଆଡମ୍ବରରେ ତିନି ଦିନ ଧରି ରୀତି ନୀତି ଅନୁଯାୟୀ ପାଳନ କରାଯାଇଛି |

ପ୍ରଥମ ଦିନ ବ୍ରାହ୍ମଣଙ୍କ ଦ୍ଵାରା ପୂଜାର୍ଚ୍ଚନା କରି ବୈତରଣୀ ନଦୀରୁ କଳସ ଶୋଭାଯାତ୍ରା କରିଥିଲେ |ଆଜି ତୃତୀୟ ଦିନରେ ମହାପ୍ରଭୁଙ୍କ ବିଗ୍ରହ ଗ୍ରାମ ପରିକ୍ରମା କରି ମନ୍ଦିର ଚତୁଃପାର୍ଶ୍ବ କରିକ୍ରମା କରି ବିଗ୍ରହ ମାନଙ୍କୁ ପୂଜାର୍ଚ୍ଚନା କରି ସ୍ଥାପନ କରିଥିଲେ |

ଗ୍ରାମର ହଜାର ହଜାର ଭକ୍ତ ଏହି ମନ୍ଦିର ପ୍ରତିଷ୍ଠାରେ ସାମିଲ ହୋଇ ସହଯୋଗ କରିଥିଲେ ।