ପୋଲିସ ବାରାକରେ କାର୍ଯ୍ୟରତ ରିଜର୍ଭ ପୋଲିସ କର୍ମଚାରୀଙ୍କ ମୃତ୍ୟୁ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ପୋଲିସ ବାରାକରେ ଜଣେ ରିଜର୍ଭ ପୋଲିସ କର୍ମଚାରୀଙ୍କ ଅସ୍ବାଭାବିକ ଭାବେ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ପୋଲିସ ଜଣକ ହେଉଛନ୍ତି ଦିଲ୍ଲୀପ କୁମାର ମିଶ୍ର, ବୟସ ୫୦ ବୋଲି ଜଣାପଡିଛି | ଦିଲ୍ଲୀପ ସୁବର୍ଣ୍ଣପୁର ରିଜର୍ଭ ପୋଲିସରେ କାର୍ଯ୍ୟରତ ଥିଲେ | ବିନିକା ସହର ଠାରେ ଚାଲୁଥିବା ପାପକ୍ଷୟ ଲୋକ ମହୋତ୍ସବ ପାଇଁ କାର୍ଯ୍ୟରେ ଆସିଥିଲେ | ଗତକାଲି କାମ ସାରିବା ପରେ ପୋଲିସ ବାରାକକୁ ଯାଇ ଶୋଇଥିଲେ | ସକାଳୁ ଅନ୍ୟ ପୋଲିସ କର୍ମଚାରୀ ତାଙ୍କୁ ଉଠାଇବା ବେଳେ ସେ ଆଉ ଉଠିନଥିଲେ | ପରେ ପୋଲିସ ବାରାକକୁ ଡାକ୍ତର ଆସି ତାଙ୍କୁ ମୃତ ଘୋଷଣା କରିଥିଲେ | ବର୍ତ୍ତମାନ ପର୍ଯ୍ୟନ୍ତ ମୃତ ଦେହ ପୋଲିସ ବାରାକରେ ପଡ଼ିରହିଛି | ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହକୁ ଉଠାଯିବ ବୋଲି ପୋଲିସ ପାଖରୁ ସୂଚନା ମିଳିଛି | କେଉଁ କାରଣରୁ ମୃତ୍ୟୁ ଘଟିଛି ତାହା ଜଣାପଡ଼ି ନ ଥିବାବେଳେ ଶବ ବ୍ୟବଚ୍ଛେଦ ପରେ ସୂଚନା ମିଳିବ ବୋଲି ଜଣାପଡିଛି |

Leave a Reply

Your email address will not be published. Required fields are marked *