ବ୍ଲକସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ

ରାଇରଙ୍ଗପୁର ମହତାବ ଭବନ ଠାରେ ବ୍ଲକ ସ୍ତରୀୟ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବ୍ଲକ ଅଧ୍ୟକ୍ଷ ଜ୍ଞାନ ରଞ୍ଜନ ହେମ୍ବ୍ରମ, ବିଡ଼ିଓ ନାରାୟଣୀ ପ୍ରିୟଦର୍ଶନୀ ପଣ୍ଡା, ସିଡିପିଓ କୁଇଲି ମଣି ଟୁଡୁ, ରାଇରଙ୍ଗପୁର ଏବିଡ଼ିଓ ସୁରେଇ ମାରାଣ୍ଡି, ବ୍ଲକ ଜେଇ ପ୍ରଶାନ୍ତ କୁମାର ଦାସ, ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ଅଧ୍ୟାପକ ବିଜୟ କୁମାର ରାମ ଓ ଅଧ୍ୟାପିକା ତନ୍ମୟ ରଥଙ୍କ ସମେତ ଅନ୍ୟ ଅତିଥିଗଣ ଯୋଗ ଦେଇଥିଲେ|

କେବଳ ନାରୀମାନେ ଶୋଷଣର ଶିକାର ହେଉଛନ୍ତି ତା’ ନୁହେଁ ପୁରୁଷ ମାନେ ମଧ୍ୟ ଶୋଷଣର ଶିକାର ହେଉଛନ୍ତି, ସ୍ୱାମୀ ଓ ସ୍ତ୍ରୀ ଭିତରେ କେମିତି ସୁସମ୍ପର୍କ ରହିବ ଏବଂ ଆଜିର ସମାଜରେ ଶାଶୁ ଓ ଶ୍ବଶୁରଙ୍କୁ ବୋହୁ ମାନେ କିପରି ନିର୍ଯାତନା ଦେଉଛନ୍ତି ସେ ବିଷୟରେ ମଞ୍ଚାସୀନ ଅତିଥିମାନେ ବକ୍ତବ୍ୟ ରଖିଥିଲେ |

ଏହା ସହ ଦିନକୁ ଦିନ ବୃଦ୍ଧି ପାଉଥିବା ଯୌତୁକ ନିର୍ଯାତନାକୁ କିପରି ରୋକିହେବ ସେ ସମ୍ପର୍କରେ ମତ ପ୍ରକାଶ ପାଇଥିଲା | ଅନ୍ୟମାନଙ୍କ ମଧ୍ୟରେ ଥିବା ରାଇରଙ୍ଗପୁର ବ୍ଲକର ସମସ୍ତ ସରପଞ୍ଚ, ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ଛାତ୍ରୀ, ରାଇରଙ୍ଗପୁର ବ୍ଲକର ସମସ୍ତ ଅଙ୍ଗନବାଡିର କର୍ମଚାରୀ ଏବଂ ରାଇରଙ୍ଗପୁର ବ୍ଲକର ସମସ୍ତ ଆଶା ଦିଦି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *