
ରାୟଗଡା ଜିଲ୍ଲାର ଦୁର୍ଗମ ଅଞ୍ଚଳ ଭାବେ ଜଣାଶୁଣା ଚନ୍ଦ୍ରପୁର ବ୍ଲକ, ଏହି ବ୍ଲକର ୮ ଟି ପଂଚାୟତର ୫୦ ହଜାରରୁ ଉର୍ଦ୍ଧ୍ବ ଆଦିବାସୀ ଗରିବ ଲୋକମାନେ ପ୍ରାୟତଃ କୃଷିକାର୍ଯ ଉପରେ ନିର୍ଭର କରିଥାନ୍ତି, ଚାଷକୁ ଭରସା କରି ପେଟ ପୋଷୁଥିବା ଏହି ଗରିବ ଲୋକଙ୍କ ଉପରେ ଏବେ ଦାଉ ସାଧିଛି କୃଷି ବିଭାଗ, ହଁ ଆଜ୍ଞା, ରାଜ୍ୟ ସରକାର ଏଞ୍ଜିଓ ମାଧ୍ୟମରେ ଚାଷୀଙ୍କୁ ବିହନ ଓ ସାର ଯୋଗାଇ ଦେଉଛନ୍ତି, କିନ୍ତୁ ଚନ୍ଦ୍ରପୁର ବ୍ଲକରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି, ଏଞ୍ଜିଓ ଓ କୃଷି ବିଭାଗ ପକ୍ଷରୁ ଚାଷିଙ୍କ ପାଇଁ ବିହନ, ବିରି, ସୋରିଷ, ମାଣ୍ଡିଆ, ରାଶି ସହିତ ବିଭିନ୍ନ ରାସାୟନିକ ସାର ଯୋଗାଇଦେବାର ବ୍ୟବସ୍ଥା ଥିଲେ ମଧ୍ୟ ଚାଷୀଙ୍କୁ ପ୍ରତାରିତ କରୁଛି ସମ୍ପୃକ୍ତ ଆଇକାର୍ଡ ଏଞ୍ଜିଓ, ସେଥିଲାଗି ବଞ୍ଚିତ ଅଛନ୍ତି ଚନ୍ଦ୍ରପୁର ବ୍ଲକର ଚାଷୀମାନେ, ଆଇକାର୍ଡ ଏଞ୍ଜିଓ ହରିଲୁଟ କରୁଥିବା ନେଇ ଅଭିଯୋଗ କରିଛନ୍ତି ଚାଷୀ, ଆମକୁ କାହିଁକି ବିହନ ମିଳିବନି ବୋଲି ସମ୍ପୃକ୍ତ ଏଞ୍ଜିଓକୁ ଚାଷୀମାନେ ପଚାରିବାରୁ ସେ କହିଛନ୍ତି ଯେ ତମେ କିଏ ଚିହ୍ନିନୁ, ସମ୍ପୃକ୍ତ ଆଇକାର୍ଡ ଏଞ୍ଜିଓ ପ୍ରକୃତ ଚାଷୀଙ୍କୁ ବାଦ ଦେଇ ଅଣଚାଷୀଙ୍କୁ ବିହନ ଦେଉଥିବା କହିଛନ୍ତି ଚାଷୀ, ଏ ନେଇ କଣ କହୁଛନ୍ତି ଚାଷୀ ଶୁଣନ୍ତୁ ।
ଏଠାରେ ପ୍ରଶ୍ନ ଉଠୁଛି, ସମ୍ପୃକ୍ତ ଆଇକାର୍ଡ ଏଞ୍ଜିଓର ବିହନ ହେରଫେର ପଛରେ କାହାର ହାତ ରହିଛି କି? ଯଦି କୃଷି ବିଭାଗ ଚାଷୀ ଓ ଅଣଚାଷୀଙ୍କ ତଥ୍ୟ ସମ୍ପୃକ୍ତ ଆଇକାର୍ଡ ଏଞ୍ଜିଓକୁ ପ୍ରଦାନ କରି ବିହନ ବଣ୍ଟନର ଦାୟିତ୍ବ ଦେଇଛି, ତେବେ କାହିଁକି ଗରିବ ଚାଷୀଙ୍କୁ ହତାଦର କରୁଛି ଏଞ୍ଜିଓ ? ନା ରହିଛି ବଡ ଘୋଟାଲାର ଷଡଯନ୍ତ୍ର ? ଏ ନେଇ ସଂପୃକ୍ତ ଆଇକାର୍ଡ ଏଞ୍ଜିଓ ଚନ୍ଦ୍ରପୁର ଏବଂ କୃଷି ବିଭାଗର କର୍ମଚାରୀ ରଞ୍ଜିତ କୁମାର ଗମାଙ୍ଗଙ୍କୁ ପଚାରିବାରୁ ସେ କୈାଣସି ସଠିକ୍ ଉତ୍ତର ଦେଇ ପାରିନଥିଲେ।
ଏଥିରୁ ଯାହା ସ୍ପଷ୍ଟ ଜଣାପଡ଼ୁଛି କୃଷି ବିଭାଗ ଏବଂ ଆଇକାର୍ଡ ଏଞ୍ଜିଓର ଦୁର୍ନୀତି ଖୁବଶୀଘ୍ର ପର୍ଦ୍ଦାଫାସ୍ ହେବାକୁ ଯାଉଛି। ଚନ୍ଦ୍ରପୁର ବ୍ଲକର ନୀରୀହ ଗରୀବ ଆଦିବାସୀ ଚାଷିମାନଙ୍କ ପ୍ରତି ହୋଇଥିବା ଦୁର୍ନୀତି ସମ୍ପର୍କରେ ରାୟଗଡ଼ା ଜିଲ୍ଲାପାଳ ଏହାର ତଦନ୍ତ କରି ପଦକ୍ଷେପ ନେବା ପାଇଁ ଚାଷୀମାନେ ଅଭିଯୋଗ କରିଛନ୍ତି।