ରାୟଗଡା ଜିଲ୍ଲା ମୁନିଗୁଡ଼ା ବ୍ଲକର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ବାର୍ଷିକ ଉତ୍ସବ ବହୁ ଧୁମଧାମରେ ପାଳିତ ହୋଇଯାଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଷମକଟକ ବିଧାୟକ ନିଳମାଧବ ହିକକା, ସ୍ବତନ୍ତ୍ର ଅତିଥି ଭାବେ ଅକ୍ଷୟ କୁମାର ମଲ୍ଲିକ ପୂର୍ବତନ ଜିଲ୍ଲା ମଙ୍ଗଳ ଅଧିକାରୀ, ମୁଖ୍ୟ ବକ୍ତା ଭାବେ ଶ୍ୟାମ ଘନ ଭୂୟାଁ, ଜିଲ୍ଲା ଶିକ୍ଷାଧିଶ ରାୟଗଡ଼ା ଯୋଗ ଦେଇଥିଲେ ।
ସେହିପରି ସମ୍ମାନୀତ ଅତିଥି ଭାବେ ଦୁଃଖିନୀ ନୁଣ୍ଡୁକା, ମୁନିଗୁଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା , ରାୟଗଡ଼ା ଭାରପ୍ରାପ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ମଳୟ ରଞ୍ଜନ ଚିନାରା, ମୁନିଗୁଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାଧବୀ କନ୍ଧ ପାଣି ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମିତିସଭ୍ୟା ଭାଗ୍ୟଲକ୍ଷ୍ମୀ ଗେମ୍ବ ବାଲି, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମୁନିଖୋଲ ପଞ୍ଚାୟତ ତିଳୋତ୍ତମା ପୁସିକା, ବିଜେପି ରାଜ୍ୟ ଓବିସି ମୋର୍ଚା ସଭାପତି ରାମଚନ୍ଦ୍ର ବେହେରା ଉପସ୍ଥିତ ଥିଲେ । ସଭାପତି ସୁନୀତା କୁମାରୀ ସାହୁ, ପ୍ରଧାନ ଶିକ୍ଷୟିତ୍ରୀ, ସରକାରୀ( SSD) ବାଳିକା ଉଚ୍ଚ ବିଦ୍ୟାଳୟ ମୁନିଗୁଡ଼ା ପ୍ରମୁଖ ଉପସ୍ଥିତ ରହି ଥିବା ବେଳେ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ମାନଙ୍କୁ ସର୍ବପ୍ରଥମେ ପୁଷ୍ପ ଚନ୍ଦନ ଦେଇ ପାରମ୍ପରିକ ନାଚ ଗିତ ତାଳେ ତାଳେ ସଭା ସ୍ଥାନକୁ ନିମନ୍ତ୍ରଣ କରିଥିଲେ ।
ପ୍ରାରମ୍ଭରେ ନୃତ୍ୟ ସଙ୍ଗୀତ ପରିବେଷଣ, ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦ୍ଵାରା ବିବରଣୀ ପଠନ, ୨୪-୨୫ ଶିକ୍ଷାବର୍ଷର ମେଧାବୀ ଛାତ୍ରୀଙ୍କୁ ସମ୍ମାନୀତ ଓ ଅତିଥି ମାନଙ୍କ ଅଭିଭାଷଣ, ପୁରସ୍କାର ବିତରଣ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିବା ଦେଖିବାକୁ ମିଳିଥିଲା ଏବଂ ଶେଷରେ ଆମନ୍ତ୍ରିତ ଅତିଥି ବୃନ୍ଦ ଅନ୍ୟାନ୍ୟ ବିଦ୍ୟାଳୟରୁ ଆସିଥିବା ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ, SMC ମେମ୍ବର, ଅଭିଭାବକ, ଅଭିଭାବିକା, ମୁନିଗୁଡ଼ା ଗ୍ରାମ ବାସୀବୃନ୍ଦ, ସାମ୍ବାଦିକ ବନ୍ଧୁଗଣ ତଥା ସମସ୍ତ ଛାତ୍ରୀମାନଙ୍କୁ ଗଭୀର ଅନ୍ତର ସହ ,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ମୁନିଗୁଡ଼ା ତରଫରୁ ଧନ୍ୟବାଦ ଅର୍ପଣ କରି ସଭାପତିଙ୍କ ଦ୍ଵାରା ସଭା ସାଙ୍ଗ କରିଥିଲେ।