ଆଠମଲ୍ଲିକ/ଠାକୁରଗଡ଼ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କୃତିବାସପୁର ଶାଖାର ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଡ୍ରାଇଭର ମାନଙ୍କୁ ନେଇ ଆଜି ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ସ୍ଥାନୀୟ ପ୍ରଦୀପ ବେହେରା ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ରାଜ୍ୟ ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ କୁମାର ମେଣ୍ଡୁଲି, ସମ୍ମାନିତ ଅତିଥି ଭାବେ ଠାକୁରଗଡ଼ ଥାନା ଇନ୍ସପେକ୍ଟର ନଟବର ନନ୍ଦ, କୃତିବାସପୁର ପଞ୍ଚାୟତ ସରପଞ୍ଚ ଜୟନ୍ତ କୁମାର ସାହୁ, ପୂର୍ବତନ ସରପଂଚ ତଥା ପାକ୍ସର ସଭାପତି ସିଦ୍ଧେଶ୍ୱର ସାହୁ ଯୋଗ ଦେଇଥିଲେ |

ଡ୍ରାଇଭର ମାନଙ୍କର ଅଭାବ, ଅସୁବିଧା ଓ କର୍ତ୍ତବ୍ୟ ବିଷୟରେ ଆଲୋଚନା କରିବା ସହ ମଦ୍ୟ ପାନ କରି ଗାଡ଼ି ନ ଚଳାଇବାକୁ ପରାମର୍ଶ ଦେଇଥିଲେ। ଗୋଲେଖ ବିହାରୀ ପରିଡ଼ାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ୨୪ଟି ପଞ୍ଚାୟତ ଶାଖାର ସଭାପତି ଓ ସମ୍ପାଦକ ମାନେ ଉପସ୍ଥିତ ଥିଲେ।

ଅନୁଗୁଳ ଜିଲ୍ଲା ଡ୍ରାଇଭର ସଂଘର ଉପ ସଭାପତି ମନୋଜ୍ କୁମାର ସାହୁ ସଂଘର ଅତୀତ ଓ ବର୍ତ୍ତମାନର କାର୍ଯ୍ୟପନ୍ଥା ନେଇ ଡ୍ରାଇଭର ମାନଙ୍କୁ ଅବଗତ କରାଇ ଥିଲେ।