ସୁନାବେଡ଼ା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକୀ ଉତ୍ସବ ଅନୁଷ୍ଠିତ

କୋରାପୁଟ ଜିଲ୍ଲା ସୁନାବେଡ଼ା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ୩୫ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଆଜି ସନ୍ଧ୍ୟାରେ ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଙ୍କ ବକ୍ତବ୍ୟରେ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ଉପରେ ଗୁରୁତ୍ବ ଦେବାସହ ଉତ୍ସାହିତ କରିଥିଲେ । ସ୍କୁଲରେ ଥିବା ବିଭିନ୍ନ ସମସ୍ୟା ଦୂରେଇବା ପାଇଁ ଚେଷ୍ଟା କରାଯିବ ଏବଂ ସ୍କୁଲର ଶିକ୍ଷା କ୍ଷେତ୍ରର ଉନ୍ନତି ପାଇଁ ଏକ ଲକ୍ଷ ଟଙ୍କା ଅନୁଦାନ ଦେବେ ବୋଲି ପ୍ରକାଶ କରିବା ସହ କୃଷ୍ଣଚୁଡା ପୁସ୍ତକ ଉନ୍ମୋଚନ କରିଥିଲେ ।

ଅନ୍ୟତମ ଅତିଥି ଭାବେ ନରସିଂହ ସେଠି, ମୁଖ୍ୟ ବକ୍ତା ଅଜୟ ଜେନା, ବିଦ୍ୟାଳୟର ସଭାପତି ଚିରଞ୍ଜିବି ପରିଚ୍ଛା, ସମ୍ପାଦକ ସୌମ୍ୟରଞ୍ଜନ ପଣ୍ଡା, ପ୍ରଧାନ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ମିଶ୍ର, ଯୁଗ୍ମ ସମ୍ପାଦିକା ବିଦ୍ୟୁତଲତା ଜେନା, ଉପସଭାପତି ବିଜୟକୁମାର ହନ୍ତାଲ, କୋଷାଧ୍ୟକ୍ଷ ଜ୍ଞାନେନ୍ଦ୍ର ଖୁଣ୍ଟିଆ , ପୂର୍ବତନ କୋଷାଧ୍ୟକ୍ଷ ଭୀମସେନ ସିଧୁ ପ୍ରମୁଖ ଯୋଗ ଦେଇଥିଲେ । ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତିତ୍ବ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସରସ୍ବତୀ ଶଶୁ ବିଦ୍ୟା ମନ୍ଦିରର ଗୁରମା ମାନେ ସହଯୋଗ କରିଥଲେ।

Leave a Reply

Your email address will not be published. Required fields are marked *