ଆଠମଲ୍ଲିକ ଲୋକ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଆଠମଲ୍ଲିକ : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡର ଯୁବ ସମାଜସେବୀ ଆଠମଲ୍ଲିକ ସ୍ୱାଭିମାନ ମଞ୍ଚର ସଭାପତି ଅର୍ଜୁନ ସାହୁଙ୍କ ନେତୃତ୍ଵରେ ଆଠମଲ୍ଲିକ ସର୍କିଟ ହାଉସ ପରିସର ମଧ୍ୟରେ ଆଠମଲ୍ଲିକ ଲୋକ ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଠମଲ୍ଲିକ ଉପଖଣ୍ଡର ୪ ଗୋଟି ପ୍ରଗଣା ଯଥା ଷୋଳପଦା, ପଇଁଚିକୂଳ, ବାଇଶିପାଲି, ଚୌରଶି ଅଞ୍ଚଳର ସମସ୍ତ ପଞ୍ଚାୟତର ଶିକ୍ଷିତ ବୁଦ୍ଧଜୀବୀ ମାନେ ଉପସ୍ଥିତ ରହି ଆଠମଲ୍ଲିକ ବିଭିନ୍ନ ପ୍ରକାର ଲୋକ କଳା ଦଣ୍ଡ, ଘୁଡୁକି, ପାଲା, ବିଭିନ୍ନ ସଂପ୍ରଦାୟର ନୃତ୍ୟ ସଙ୍ଗୀତ, ଚିତ୍ର କଳାକୁ ଓଡ଼ିଶାର ତଥା ଦେଶ ବିଦେଶର କୋଣ ଅନୁକୋଣରେ ଲୋକ ମହୋତ୍ସବ ମାଧ୍ୟମରେ ପହଞ୍ଚାଇବା ପାଇଁ ବୈଠକରେ ଆଲୋଚନା ହୋଇଥିଲା ।

ଉକ୍ତ କାର୍ଯ୍ୟକ୍ରମକୁ ଧୁମଧାମରେ ସଫଳ କରିବା ପାଇଁ ସମସ୍ତ ଅଞ୍ଚଳବାସୀଙ୍କ ଧନ ମନ ତନ ଦେଇ ସହଯୋଗ ରହିବ ବୋଲି ମତ ପ୍ରକାଶ କରିଥିଲେ । ବର୍ତ୍ତମାନ ପାଇଁ ୫୦ ଜଣଙ୍କୁ ନେଇ ଏକ କୋର କମିଟି ଗଠନ କରାଯାଇଛି ।

Leave a Reply

Your email address will not be published. Required fields are marked *