ଇଲେକ୍ଟ୍ରୋ ହୋମିଓ ଦୟାଲ କ୍ଲିନିକ ତରଫରୁ ମାଗଣା ସ୍ବାସ୍ଥ୍ୟ ସେବା ଶିବିର

ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ସ୍ଥିତ ଅର୍ଜୁନଡ଼ିହା ଠାରେ ଇଲେକ୍ଟ୍ରୋ ହୋମିଓପାଥି ଉଦ୍ଭାବକ କାଉଣ୍ଟ ସିଜର ମେଟିଙ୍କ ଜନ୍ମ ମାସ ଉପଲକ୍ଷେ ଝାରପୋଖରିଆ ଠାରେ ଥିବା ଇଲକ୍ଟ୍ରୋ ହୋମିଓ ଦୟାଲ କ୍ଲିନିକ ତରଫରୁ ମାଗଣା ସ୍ବାସ୍ଥ୍ୟ ସେବା ଶିବିର ଚୂଡ଼ାମଣି ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ଏହି ଶିବିରରେ ବିଭିନ୍ନ ରାଜ୍ୟର ଇଲକ୍ଟ୍ରୋ ହୋମିଓ ଡାକ୍ତରମାନେ ଉପସ୍ଥିତ ଥିଲେ |

ଶିବିରରେ ମୁଖ୍ୟ ଅତିଥି ଭାବେ ସାରସକଣା ପୂର୍ବତନ ବିଧାୟକ ବୁଢ଼ାନ ମୁର୍ମୁ ଯୋଗଦେଇ ଥିବା ବେଳେ ଅତିଥି ଭାବେ ସୁଶାନ୍ତ ହୋତା, ଗୋପାଳଚନ୍ଦ୍ର ସାହୁ, ବିନୀତ ଗୋୟେଲ, ଏସଜି ଚୌହାନ, ମନୋରଞ୍ଜନ ସେନାପତି ଓ ଝାରପୋଖରିଆ ଇଲେକ୍ଟ୍ରୋ ହୋମିଓ ମେଡ଼ିକାଲ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷ ଫକୀର ଚନ୍ଦ୍ର ସେନାପତିଙ୍କ ସହ ବହୁ ବରିଷ୍ଠ ଡାକ୍ତର ମାନେ ଉପସ୍ଥିତ ଥିଲେ | ଶିବିରରେ ପ୍ରାୟ ୬୦ରୁ ଉର୍ଦ୍ଧ୍ବ ରୋଗୀଙ୍କୁ ଆସିଥିବା ଡାକ୍ତର ମାନଙ୍କ ଦ୍ଵାରା ମାଗଣା ଚିକିତ୍ସା କରାଯାଇଥିବା ସହିତ ମାଗଣାରେ ଔଷଧ ବଣ୍ଟନ କରାଯାଇ ଥିଲା | ତେବେ ଆଗାମୀ ଦିନରେ ଉକ୍ତ ସ୍ଥାନରେ ଦାତବ୍ୟ ଚିକିତ୍ସାଳୟ ପ୍ରତିଷ୍ଠା କରିବା ପାଇଁ ଇଲୋକ୍ଟ୍ର ହୋମିୟୋ ସଂଘ ତରଫରୁ ନିଷ୍ପତ୍ତି ନିଆଯାଇଛି |

Leave a Reply

Your email address will not be published. Required fields are marked *