୨୦୦ ଫୁଟ ଗଭୀର ଖାଇକୁ ଖସିଲା ଲଗଜରୀ ବସ୍, ୭ ଜଣ ଯାତ୍ରୀଙ୍କ ମୃତ୍ୟୁ, ଅନେକ ଆହତ

ମହାରାଷ୍ଟ୍ରର ନାସିକ-ଗୁଜୁରାଟ ରାଜପଥରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏକ ଲଗଜରୀ ବସ୍ ୨୦୦ ଫୁଟ ଗଭୀର ଖାଇକୁ ଖସି ପଡ଼ିଛି। ରବିବାର ସକାଳ ପ୍ରାୟ ସାଢ଼େ ୫ଟାରେ ଏହି ଦୁର୍ଘଟଣା ଘଟିଛି। ପ୍ରାଥମିକ ସୂଚନା ଅନୁଯାୟୀ, ଦୁର୍ଘଟଣାରେ ୭ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏବଂ ଅନ୍ୟ ୧୫ ଜଣ ଆହତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ କିଛିଲୋକଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।

ପ୍ରାଥମିକ ସୂଚନା ଅନୁଯାୟୀ, ନିୟନ୍ତ୍ରଣ ହରାଇବାରୁ ବସ୍ ଟି ଖାଇକୁ ଖସି ପଡ଼ିଥିଲା। ବସ୍‌ଟି ନାସିକର ସାପୁତାରା ଘାଟ ଦେଇ ସୁରଟ ଅଭିମୁଖେ ଯାଉଥିବା ବେଳେ ଏହି ଘଟଣା ଘଟିଥିଲା। ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ସମସ୍ତ ଆହତ ଯାତ୍ରୀଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ସେମାନଙ୍କର ଚିକିତ୍ସା ଚାଲିଛି। ଅଧିକାଂଶ ଯାତ୍ରୀ ମଧ୍ୟପ୍ରଦେଶର ଏବଂ ନାସିକର ତୀର୍ଥସ୍ଥଳ ପରିଦର୍ଶନ କରିବାକୁ ଆସିଥିଲେ। ବର୍ତ୍ତମାନ ପୋଲିସ ଦଳ ଏହି ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *