ଆଇଟିଡିଏ ପ୍ରଶାସକ ଅଧିକାରୀଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ଚଢାଉ

ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବଣାଇ ଉପଖଣ୍ଡର ବଣାଇ ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ଅଧିକାରୀ ବିଶ୍ଵଦର୍ଶୀ ସାହୁଙ୍କ ସରକାରୀ ବାସଭବନ ସମେତ ୭ଟି ସ୍ଥାନରେ ଆଜି ସକାଳେ ଭିଜିଲାନ୍ସ ଚଢାଉ ହୋଇଥିବା ଜଣାପଡିଛି। ସୁନ୍ଦରଗଡ ଭିଜିଲାନ୍ସ କୋର୍ଟ ନିର୍ଦ୍ଦେଶ କ୍ରମେ ଏହି ତଦନ୍ତ ଚଲାଇଥିବା ଜଣାପଡ଼ିଛି।

ତେବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ହୋଇଥିବା ନେଇ ଚଢାଉ ହୋଇଛି | ଏହି ଚଢାଉରେ ବଣାଇଗଡ ପିଏ ଆଇଟିଡିଏ ସରକାରୀ ବାସଭବନର ସହ ଭୁବନେଶ୍ବର ସମେତ ସାତୋଟି ସ୍ଥାନରେ ଭିଜିଲାନ୍ସ ଚଢାଉ ଚାଲିଛି । ଏହି ଚଢାଉ ବଣାଇ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ବାସଭବନରେ, ଭୁବନେଶ୍ବର, ବାଲେଶ୍ବର, ଯାଜପୁର ସମ୍ପର୍କୀୟଙ୍କ ଘର, ଭୁବନେଶ୍ବର ଶ୍ରୀରାମ ନଗର ନିକଟରେ ଥିବା ଦୁଇ ମହଲା ବିଶିଷ୍ଟ କୋଠାଘରେ, ଭୁବନେଶ୍ବର ଲକ୍ଷ୍ମୀସାଗର ସ୍ଥାନରେ ଚଢାଉ ଜାରି ଚାଲିଥିବା ଜଣାପଡ଼ିଛି।

ସେହିପରି ସୁନ୍ଦରଗଡ ଜିଲ୍ଲାର ଆଦିବାସୀ ଉନ୍ନୟନ କାର୍ଯ୍ୟାଳୟରେ ମଧ୍ୟ ଚଢାଉ ହୋଇଥିବା ଜଣାପଡିଛି। ଏହି ଭିଜିଲାନ୍ସ ଚଢାଉ ଜାରି ଚାଲିଥିବା ବେଳେ ଜଣେ ଅତିରିକ୍ତ ଏସପି, ୩ ଜଣ ଡିଏସପି, ଆଇଆଇସି ମଧ୍ୟ ତତ୍କାଳୀନ ଚଢାଉରେ ଜାରି ରଖିଛନ୍ତି। ବହୁ ମାତ୍ରାରେ ନଗଦ ଟଙ୍କା ଓ ସୁନା ଗହଣା ସହିତ ଗାଡି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିବାର ଜଣାପଡିଛି ।

Leave a Reply

Your email address will not be published. Required fields are marked *