ବୋଲ ମାନିଲା ନାହିଁ ପାଟ୍ରୋଲିଂ ବୋଟ!, ନାକେଦମ ପୁଲିସ

ଦୀଘାରେ ବଡ଼ ଅଘଟଣ । ସମୁଦ୍ରରେ ପୋଲିସ ବୋଟିଂ କରୁଥିବା ବେଳେ ବୋଟରୁ ପଡିଲେ ପୋଲିସ କର୍ମଚାରୀ । ଦୀର୍ଘ ସମୟଧରି ସମୁଦ୍ରରେ ବୁଲିଲା ବୋଟ । ଆୟତ୍ତ କରିବାକୁ ନାକେଦମ ହେଲା ପୋଲିସ । ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ଦୀଘା ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ଭିଡ଼ ଜମିଛି । ନୂଆବର୍ଷ ରାତିରୁ ପର୍ଯ୍ୟଟକଙ୍କ ଭିଡ଼ ଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ପୁରୁଣା ଦୀଘା ପାଖରୁ ଓଡ଼ିଶା ସୀମାନ୍ତ ଉଦୟପୁର ପର୍ଯ୍ୟନ୍ତ ପୋଲିସ ପ୍ରେଟ୍ରୋଲିଂ ବୋଟ କୁ ପ୍ରଶାସନ ପକ୍ଷରୁ ନିୟୋଜିତ କରାଯାଇଛି । ପୋଲିସ ପ୍ରେଟ୍ରୋଲିଂ କରୁଥିବା ବେଳେ ହଠାତ କୌଣସି କାରଣରୁ କର୍ମଚାରୀ ଜଣଙ୍କ ବୋଟରୁ ତଳେ ପଡିଯାଇଥିଲେ କିନ୍ତୁ ବୋଟ ଟି ଚାଲୁ ରହିଥିଲା । ପ୍ରାୟ ୧ ଘଣ୍ଟା ହେବ ବୋଟ ଟି ଏକା ଏକା ସମୁଦ୍ରରେ ବୁଲୁଥିବା ବେଳେ ବୋଟ ଟିକୁ ଆୟତ୍ତ କରିବା ପାଇଁ ପୋଲିସର ଅନ୍ୟ ବୋଟ ଗୁଡିକୁ ନାକେଦାମ ହେବାକୁ ପଡିଥିଲା । ବୋଟରେ ଥିବା ପୋଲିସ କର୍ମଚାରୀ ଜଣଙ୍କ ଗୁରୁତର ହେବାରୁ ତାଙ୍କୁ ନିକଟବର୍ତି ଦୀଘା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Leave a Reply

Your email address will not be published. Required fields are marked *