ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ, କହିଲେ ଧକ୍କା ଦେଲେ -ରାହୁଲ ଗାନ୍ଧୀ

କଂଗ୍ରେସ ଦଳ ବାବା ସାହେବ ଆମ୍ବେଦକରଙ୍କୁ ଅପମାନିତ କରିଥିବା ଅଭିଯୋଗ କରି ବିଜେପି ସାଂସଦମାନେ ସଂସଦରେ ବିରୋଧ କରିଥିଲେ। ଏହି ସମୟରେ ବିଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ରାହୁଲ ଗାନ୍ଧୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ରାହୁଲ ଗାନ୍ଧୀ ଜଣେ ସାଂସଦଙ୍କୁ ଧକ୍କା ଦେଇଥିଲେ, ଯିଏ ତାଙ୍କ ଉପରେ ପଡ଼ିଯାଇଥିଲେ ଯାହା ଫଳରେ ସେ ତଳେ ପଡ଼ିଯାଇ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା।

ଏହା ବ୍ୟତୀତ କଂଗ୍ରେସ ଦାବି କରିଛି ଯେ ବାବାସାହେବ ଆମ୍ବେଦକରଙ୍କ ଅପମାନକୁ ବିରୋଧ କରୁଥିବା ମଲ୍ଲିକାର୍ଜୁନ ଖରଗେ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସହ ବିଜେପି ସାଂସଦମାନେ ସଂସଦର ମକର ଦ୍ୱାରରେ ଧସ୍ତାଧସ୍ତି ହୋଇଛନ୍ତି।

ବିଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଛନ୍ତି, “ରାହୁଲ ଗାନ୍ଧୀ ଜଣେ ସାଂସଦଙ୍କୁ ଧକ୍କା ଦେଲେ ଯିଏ ମୋ ଉପରେ ପଡ଼ିଗଲେ ଯାହା ଫଳରେ ମୁଁ ତଳେ ପଡ଼ିଗଲି। ମୁ ଶିଢ଼ି ପାଖରେ ଠିଆ ହୋଇଥିଲି ଯେତେବେଳେ ରାହୁଲ ଗାନ୍ଧୀ ଆସିଲେ ଆଉ ଜଣେ ସାଂସଦକୁ ଧକ୍କା ଦେଲେ ଯିଏ ମୋ ଉପରେ ପଡ଼ିଗଲା ।” ଏଥି ସହ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ଏହା ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା

ଲୋକସଭା ବିରୋଧୀ ଦଳର ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି, “ଯେତେବେଳେ ମୁଁ ସଂସଦର ପ୍ରବେଶ ଦ୍ୱାର ଭିତରକୁ ଯିବାକୁ ଚେଷ୍ଟା କରୁଥିଲି, ସେତେବେଳେ ବିଜେପି ସାଂସଦମାନେ ମୋତେ ଅଟକାଇବାକୁ ଚେଷ୍ଟା କରୁଥିଲେ। ସେମାନେ ମୋତେ ଧମକ ଦେଉଥିଲେ, ତେଣୁ ଏହା ହିଁ ଘଟିଲା। ସେ କହିଛନ୍ତି ସଂସଦର ଏ ହେଉଛି ପ୍ରବେଶ ଦ୍ୱାର ଆଉ ଆମର ଭିତରକୁ ଯିବା ଅଧିକାର ଅଛି । ମୁଖ୍ୟ ପ୍ରସଙ୍ଗ ହେଉଛି ସେମାନେ ସମ୍ବିଧାନ ଉପରେ ଆକ୍ରମଣ କରୁଛନ୍ତି।”

Leave a Reply

Your email address will not be published. Required fields are marked *