ଆରପି ପ୍ରଡକ୍ସନର ପ୍ରଥମ ଅବଦାନ ‘ଅକ୍ସିଜେନ’ ଖୁବ ଶୀଘ୍ର ଆପଣଙ୍କ….

ବିଷ୍ଣୁ ପୁରାଣରେ କୁହାଯାଇଛି ଯେ କଳିଯୁଗ ଶେଷ ଆଡକୁ ବ୍ରହ୍ମାଣ୍ଡ ବିନାଶକୁ ଗତି କରିବ। ବନ୍ୟା ପୂର୍ବରୁ ଉତ୍ତାପ ସୃଷ୍ଟିକୁ ବିନାଶ ଆଡକୁ ନେଇଯିବ। ଭଗବାନ ବିଷ୍ଣୁ ସୂର୍ଯ୍ୟଙ୍କ କମଳା କିରଣରେ ଅବଶୋଷିତ ହେବେ ଯେଉଁଥିପାଇଁ ଉତ୍ତାପ ଏତେ ଗରମ ହେବ ଯେ ଭୟଙ୍କର ଦୁର୍ଭିକ୍ଷ ଘଟିବ। ଲୋକମାନେ ଆକାଶରୁ ବର୍ଷା ବୁନ୍ଦା ପାଇଁ ଇଚ୍ଛା କରିବେ କିନ୍ତୁ ଆକାଶରେ ବର୍ଷା ହେବ ନାହିଁ ଏବଂ ବର୍ଷା ଅଭାବରୁ କୃଷି ନଷ୍ଟ ହୋଇଯିବ | ମାନବ ଶରୀର ସଠିକ୍ ଭାବରେ କାର୍ଯ୍ୟ କରିବା ପାଇଁ ଅମ୍ଳଜାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଆମେ ନିଶ୍ୱାସ ନେଉଥିବା ବାୟୁରୁ ଶରୀର ଅମ୍ଳଜାନ ପାଇଥାଏ, ଯାହା ଫୁସଫୁସ ଦ୍ୱାରା ଶୋଷିତ ହୁଏ ଏବଂ ପରେ ରକ୍ତ ପ୍ରବାହରେ ପ୍ରବେଶ କରେ। ଏହିପରି ଏକ ଧାରଣାକୁ ନେଇ ତିଆରି ହୋଇଛି ଓଡିଆ ଫିଲ୍ମ ‘ଅକ୍ସିଜେନ’।

କାହାଣୀ ଅନୁଯାୟୀ ଜଣେ forest ଅଫିସର ବହୁତ କଷ୍ଟରେ ଜଙ୍ଗଲର ରକ୍ଷଣାବେକ୍ଷଣ କରନ୍ତି। ତାଙ୍କ ଝିଅ ଜଣେ IT Engineer ଯିଏକି ଜଣେ ପରିବେଶବିତ ମଧ୍ୟ । କିଛି ଖଳ ଲୋକଙ୍କ କୁଚକ୍ରାନ୍ତ ଯୋଗୁଁ forest officer ର ହଠାତ ମୃତ୍ୟୁ ହୋଇଯାଏ । ସମୟ କ୍ରମେ ତାଙ୍କ ଶିକ୍ଷିତ ଝିଅ ନିଜ ବାପାର କଥା ରଖିବା ପାଇଁ ନିଜକୁ ଏବଂ ତାର pharmacist ପ୍ରେମୀକୁ କିପରି ପ୍ରକୃତି କୁ ସଜାଡିବାକୁ ଚେଷ୍ଟା କରେ ହେଉଛି କାହାଣୀର ମୂଳ ବସ୍ତୁ। ସମ୍ପୂର୍ଣ ମନୋରଞ୍ଜନ ଭିତ୍ତିକ ନୂଆ content ର ଫିଲ୍ମ ଟିଏ ତିଆରି ହୋଇଛି ଦର୍ଶକଙ୍କ ମନୋରଞ୍ଜନ ପାଇଁ।

ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ସଂବିତ, ତମନ୍ନା ଏବଂ ବବି ମିଶ୍ର। କାହାଣୀ ର ପ୍ରତିଟି ଚରିତ୍ର ଜୀବନ୍ତ ହୋଇଛି । କଳାକାର ମାନଙ୍କର ଦମଦାର ଅଭିନୟ ସାଙ୍ଗକୁ, ଫିଲ୍ମର ଗୀତସବୁ ବହୁତ ମଧୁର ଏବଂ ଉଚ୍ଚକୋଟୀର ହୋଇଛି । ଗୀତସବୁ ପ୍ରତି ଓଡିଆ ଲୋକଙ୍କ ଘରେ ବାଜିବ ବୋଲି ପ୍ରଯୋଜକ ଶ୍ରୀ ଶିବ ପ୍ରସାଦ ପଣ୍ଡା ଆଶା ରଖିଛନ୍ତି । କାହାଣୀ ଏବଂ ସଂଳାପ ଶ୍ରୀ ରଶ୍ମି ରଞ୍ଜନ ପଣ୍ଡା ଲେଖିଥିବା ବେଳେ, ସଙ୍ଗୀତ ନିର୍ଦ୍ଦେଶନା ଦେଛନ୍ତି ଶ୍ରୀ ଅଭିଜିତ ମଜୁମଦାର। ଫିଲ୍ମ ର ନିର୍ଦ୍ଦେଶନା ଦେଇଛନ୍ତି ପିନୁ ନାୟକ।

Leave a Reply

Your email address will not be published. Required fields are marked *