ପ୍ରେମିକା ପାଇଁ ଜୀବନ ହାରିଲେ ସାବିତ୍ରୀ!

ସୁନ୍ଦରଗଡ ବଣାଇଁ ଅଞ୍ଚଳରେ ଗର୍ଭବତୀଙ୍କୁ ହତ୍ଯା ମାମଲାରେ ଚାଞ୍ଚଲ୍ୟକର ଖୁଲାସା । ଘଟଣାର ୩୬ ଘଣ୍ଟା ଭିତରେ ସାମନାକୁ ଆସିଲା ମର୍ଡର ମିଷ୍ଟ୍ରିର ପୁରା କାହଣୀ । ଆଉ କେହି ନୁହେଁ ବରଂ ସ୍ୱାମୀ ହିଁ ନେଇଥିଲା ସ୍ତ୍ରୀ ଓ ଗର୍ଭସ୍ଥ ଶିଶୁର ଜୀବନ । ଘଟାଇଥିଲା ଲୋମଟାଙ୍କୁରା ହତ୍ୟାକାଣ୍ଡ । ପରକୀୟା ପ୍ରୀତି ପାଇଁ ସ୍ତ୍ରୀକୁ ହତ୍ୟା କରି ଚୋରି ନାଟକ ରଚିଥିଲା ସ୍ୱାମୀ ଦେବେନ୍ ବେହେରା । ଯୋଜନାବଦ୍ଧ ଭାବେ ସୌମ୍ୟାମୟୀଙ୍କୁ ହତ୍ୟା କରିଥିଲେ ସ୍ବାମୀ ଦେବେନ ବେହେରା। ଦେଖନ୍ତୁ ଏହି video ଟିକୁ କିପରି ଅଭିନୟ କରୁଛି ସୈତାନ ସ୍ବାମୀ | ଆଖି ଛଳ ଛଳ କରି କହୁଛି ମୋ ସ୍ତ୍ରୀକୁ ଆସି ସେମାନେ ମାରି ଚାଲିଗଲେ। ମୋ ସ୍ତ୍ରୀ ସାତ ମାସର ଗର୍ଭବତୀ ଥିଲା।

ସୂଚନାନୁସରେ , ୨୦୨୩ ଫେବ୍ରୁଆରୀ ମାସରେ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳର ସୌମ୍ୟାମୟୀ ବେହେରାଙ୍କ ସହିତ ଦେବେନଙ୍କ ର ବିବାହ ହୋଇଥିଲା । ବିବାହାକୁ ବର୍ଷେ ନପୁରୁଣୁ ଘଟିଗଲା ଏଭଳି ଘଟଣା | ବୁଧବାର ବିଳମ୍ବିତ ରାତିରେ ଗୁଳିର ଶିକାର ହୋଇଥିଲେ ସୌମ୍ୟାମୟୀ ବେହେରା । ହଠାତ୍ ବିଳମ୍ବିତ ରାତିରେ କେହି ତାଙ୍କ ଘରର କବାଟ ବାଡ଼େଇ ଥିଲେ। କେହି ଚିହ୍ନା ପରିଚିତ ହୋଇଥିବେ ଭାବି କବାଟ ଖୋଲିଥିଲେ ସୌମ୍ୟାମୟୀ। ଦେବେନ ଅତି ନିକଟରୁ ସୌମ୍ୟାମୟୀଙ୍କ ଛାତିକୁ ଗୁଳି ମାରିଥିଲେ। ସୌମ୍ୟାମୟୀଙ୍କୁ ଗୁଳି କରି ହତ୍ୟା କରିବା ପରେ ପୁଲିସ୍‌ ଏଏସ୍‌ଆଇ ଭିଣୋଇ ସତ୍ୟନାରାଣ ବେହେରାଙ୍କୁ ଫୋନ୍‌ କରି ଡାକିଥିଲେ ଦେବେନ। ସୌମ୍ୟାମୟୀଙ୍କୁ ଧରି ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ |ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ । ସ୍ବାମୀ କେବଳ ସ୍ତ୍ରୀକୁ ହତ୍ୟା କରିନାହିଁ ବରଂ ଦୁନିଆ ଦେଖିବା ଆଗରୁ ମାଆ ଗର୍ଭରେ ବଢ଼ୁଥିବା ନିଷ୍ପାପ ଶିଶୁକୁ ହତ୍ୟା କରିଛି । ଖବର ପାଇଁ ପୁଲିସ୍‌ ଦେବେନଙ୍କ ଘରେ ପହଞ୍ଚି ଘଟଣାର ତଦନ୍ତ କରିଥିଲା । ପରକୀୟା ପ୍ରୀତି ପାଇଁ ସେ ସ୍ତ୍ରୀକୁ ରାସ୍ତାରୁ ହଟେଇ ଦେବାକୁ ଚାହୁଁଥିଲେ। ସେଥିପାଇଁ ସ୍ତ୍ରୀଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା କରିଥିବା ସାମ୍ବାଦିକ ସମିଳନୀରେ ଏନେଇ ସୂଚନା ଦେଇଛନ୍ତି ଡିଆଇଜି ବୃଜେଶ ରାୟ ଓ ଏସପି ନୀତେଶ ବାଘବାନୀ |

ହେଲେ ବୟାନରେ ତାଳମେଳ ନଥିବାରୁ ଦେବେନଙ୍କ ସହ ୪ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଥିଲା ଟିକାୟତପାଲି ପୋଲିସ । ସେପଟେ ମୃତା ମହିଳାଙ୍କର ବାପା ଲିଖିତ ଅଭିଯୋଗ କରିବା ସହ ଜ୍ବାଇଁ ଉପରେ ସନ୍ଦେହ କରିଥିଲେ । ଲିଖିତ ଅଭିଯୋଗକୁ ଭିତ୍ତିକରି ପୋଲିଶ ଅଭିଯୁକ୍ତ ସ୍ଵାମୀ ଦେବେନ ବେହେରାକୁ ରାଉରକେଲା ଆଣି ପଚରା ଉଚରା କରିବା ପରେ ସମସ୍ତ ସତ୍ୟାସତ୍ୟ ଓଗାଳି ଦେଇଥିଲା | ତାଙ୍କ ବୟାନ ଆଧାରରେ ପୁଲିସ୍‌ ଏଏସ୍‌ଆଇ ଭିଣୋଇ ସତ୍ୟନାରାୟଣ ବେହେରାଙ୍କୁ ଗିରଫ କରିଛି। ହତ୍ୟାରେ ବ୍ୟବହୃତ ପିସ୍ତଲ ଓ ଗୁଳି ମଧ୍ୟ ଜବତ ହୋଇଛି । ବୁଦ୍ଧିଜୀବୀ ମହଲରେ ପୋଲିଶର ଏଭଳି କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରାଯାଇଛି ।

Leave a Reply

Your email address will not be published. Required fields are marked *