
ପାରାଦୀପ ର ସର୍ବ ପୂରାତନ #ର ହେବ ନିର୍ବାଚନ । ଏନେଇ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ପୂର୍ବତନ ସଭାପତି ସୁମନ୍ତ ବିଶ୍ବାଳଙ୍କ ପ୍ୟାନେଲ ନାମାଙ୍କନ ପତ୍ର ଦାଖଲ କରି ସାରିଥିବା ବେଳେ ବିରଞ୍ଚି ନାରାୟଣ ପରିଡା ସଭାପତି ଭାବେ ମୈଦାନ କୁ ଓହ୍ଲାଇଛନ୍ତି । ବିରଞ୍ଚି ନାରାୟଣ ପରିଡାଙ୍କ ପ୍ୟାନେଲର ସମସ୍ତ ୭ଜଣ ପ୍ରାର୍ଥୀ ପାରାଦୀପ ଗଡ ଲୋକନାଥ ମନ୍ଦିର ରୁ ଏକ ବିଶାଳ ରାଲିରେ ଆସି ପ୍ରାର୍ଥୀପତ୍ର ଦାଖଲ କରିଥିଲେ।
ତେବେ ପାରାଦୀପ ଟ୍ରକ ମାଲିକ ସଂଘ ଏକ ବୃହତ ସଂଘ ହୋଇଥିବା ବେଳେ ଏହା ଉପରେ ସମସ୍ତଙ୍କ ନଜର ରହିଛି । ଚଳିତ ନିର୍ବାଚନକୁ ନେଇ ସରଗରମ ହେବ ବୋଲି ଚର୍ଚା କରାଯାଉଛି । ଟ୍ରକ ମାଲିକ ମାନଙ୍କ ର ବିଭିନ୍ନ ସମସ୍ୟା କୁ ଏକାଠି କରି ସଂଘର ସଦସ୍ୟ ମାନକ ନିକଟରେ ପହଞ୍ଚିବେ ବୋଲି ପ୍ରାର୍ଥୀପତ୍ର ଦାଖଲ କରିଥିବା ପ୍ରାର୍ଥୀ ମାନେ କହିଛନ୍ତି |
ଏତତବ୍ୟତିତ ପାରାଦୀପ ଟ୍ରକ ମାଲିକ ସଂଘ କୁ ନେଇ ଚଳିତ ଥର ବିଧାନସଭା ରେ ମଧ୍ୟ କମ୍ପନ ସୃଷ୍ଟି ହୋଇଥିଲା । ତେବେ ଏସବୁକୁ ଦୃଷ୍ଟିରେ ରଖି ଚଳିତ ଥର ପାରାଦୀପ ଟ୍ରକ ମାଲିକ ସଂଘ ର କର୍ମକର୍ତ୍ତା ନିର୍ବାଚନ ବହୁ ସରଗରମ ହେବ ବୋଲି ଆଶା କରାଯାଉଛି।