ଆଜି ଲକ୍ଷ୍ନ-ଆଗ୍ରା ହାଇୱେରେ ଏକ ଦୁଖଃଦ ଦୁର୍ଘଟଣା ଘଟିଛି। ଆଗ୍ରା ଅଭିମୁଖେ ଯାଉଥିବା ଏକ ଡବଲ୍ ଡେକର୍ ବସ୍ ଡିଭାଇଡର୍ ସହିତ ମୁହାଁମୁହିଁ ଧକ୍କା ହୋଇ ଓଲଟି ପଡିଥିଲା । ଏହି ଦୁର୍ଘଟଣା ସାକ୍ରାଭା ପୋଲିସ ଷ୍ଟେସନ ଅଂଚଳ ସୀମାରେ ଘଟିଥିଲା | ଏହି ଦୁର୍ଘଟଣାରେ ଅନେକ ଯାତ୍ରୀଙ୍କ ମୃତ୍ୟୁ ହେବାର ଆଶଙ୍କା ରହିଛି। ଏପର୍ଯ୍ୟନ୍ତ ମିଳିଥିବା ଖବର ଅନୁଯାୟୀ, ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ୪୦ ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି ।
ରାସ୍ତାରେ ଯାଉଥିବା ଜଳ ଶକ୍ତି ମନ୍ତ୍ରୀ ସ୍ୱତନ୍ତ୍ର ଦେବ ସିଂହ ଆହତମାନଙ୍କୁ ସାହାଯ୍ୟ କରିବା ପାଇଁ ଅଟକି ଯାଇଥିଲେ। ମନ୍ତ୍ରୀ ବସ୍ରେ ଫସି ରହିଥିବା ଆହତ ଲୋକଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ।