ଯାଜପୁର ଜିଲ୍ଲା କୋରେଇ ନିର୍ବାଚନ ମଣ୍ଡଳୀ ତଳଗଡ଼ ପଂଚାୟତରେ ବହୁ ଦିନ ହେଲା ଲାଗୀ ରହିଥିବା ଜମି ବାଡି ସମସ୍ୟାର ସମାଧାନ ପାଇଁ ବିଧାୟକ ଆକାଶ ଦାସ ନାୟକଙ୍କ କରକମଳରେ ଏକ ନୂତନ ରାଜସ୍ବ ନିରୀକ୍ଷକଙ୍କ ଅଫିସ ଗୃହର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି । ଏକ କୋଟି ସତେଇଶି ଲକ୍ଷ୍ୟ ଟଙ୍କା ବେୟରେ ନିର୍ମିତ ହେବାକୁ ଥିବା ଏଇ ଗୃହଟି ଟେଣ୍ଡର ହୋଇଥିବା ଉଦୟଭାନୁ ପତିଙ୍କ ଦ୍ଵାରା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ବିଧାୟକ କହିଛନ୍ତି। ଦୀର୍ଘ ଦିନ ଧରୀ ତଳଗଡ଼ ପଂଚାୟତ ବାସି ଜମି ଜମା ନେଇ ନାନା ଅସୁବିଧାରେ ସମ୍ମୁଖୀନ ହେଉଥିଲେ। ଆଗରୁ ପଛି କୋଟ ଆରାଇ ଅଧୀନ ରେ ଥିବା ବେଳେ ଆଗକୁ ସେମାନେ ତଳଗଡ଼ ଆରାଇ ଅଧୀନ ରେ ସମସ୍ତ ଜମି ଜମା କାର୍ଯ୍ୟ କରିବେ ବୋଲି ବିଧାୟକ କହିଥିଲେ। ଏହି କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟର ଶୈଳୀ ବିଷୟରେ ବିଧାୟକଙ୍କୁ ଅବଗତ କରାଇଥିଲେ । ବିଧାୟକଙ୍କ ଏହି କାର୍ଯ୍ୟ ପାଇଁ ତଳଗଡ଼ ପଞ୍ଚାୟତ ବାସୀ ବିଧାୟକ ଙ୍କୁ ଧନ୍ୟବାଦ ଦେଇଥିଲେ