ଭାରତରେ ପୂଜା ପାଉଛି ୬ ଫୁଟ ଉଚ୍ଚ ଟ୍ରମ୍ଫଙ୍କ ପ୍ରତିମୂର୍ତ୍ତି

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁନଃ ନିର୍ବାଚିତ ହେବା ପରେ ତେଲେଙ୍ଗାନାର ଜନଗାଓଁ ଜିଲ୍ଲାର କନ୍ନେ ଗ୍ରାମରେ
ଗ୍ରାମବାସୀ ଏକ ନିଆରା ଢଙ୍ଗରେ ପାଳନ କରିଥିଲେ। ଏଠାରେ ଟ୍ରମ୍ପଙ୍କ ୬ ଫୁଟ ଉଚ୍ଚ ପ୍ରତିମୂର୍ତ୍ତିକୁ ପୁଷ୍ପ ମାଲ୍ୟାର୍ପଣ କରାଯାଇ ପୂଜା କରାଯାଇଥିଲା। ଆସନ୍ତୁ ଜାଣିବା ଏହି ପର୍ବ ସହିତ ଜଡିତ କିଛି ମଜାଦାର ଜିନିଷ।

୨୦୧୯ ମସିହାରେ ଗାଁର ଏକ ବଡ ପ୍ରଶଂସକ ବୁସା କୃଷ୍ଣଙ୍କ ଦ୍ଵାରା ୬ ଫୁଟ ଉଚ୍ଚର ଟ୍ରମ୍ପ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା। ଗ୍ରାମବାସୀଙ୍କ ପାଇଁ ଏହି ପ୍ରତିମୂର୍ତ୍ତି ଟ୍ରମ୍ପଙ୍କ ସମର୍ଥନର ପ୍ରତୀକ ପାଲଟିଛି। ସେ ପ୍ରତିଦିନ ଏହି ପ୍ରତିମୂର୍ତ୍ତିକୁ ପୂଜା କରୁଛନ୍ତି। ତାଙ୍କ ପାଇଁ ଟ୍ରମ୍ପ ଇଶ୍ୱରଙ୍କଠାରୁ କମ୍ ନଥିଲେ ଏବଂ ସେ ତାଙ୍କର ‘ଭକ୍ତି’ରେ ଲୀନ ରହିଥିଲେ। ୨୦୨୦ ରେ ଟ୍ରମ୍ପଙ୍କ ପରାଜୟ ପରେ କୃଷ୍ଣ ଏକ ଗଭୀର ଆଘାତ ପାଇଥିଲେ, ଯେଉଁଥିପାଇଁ ସେ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ ହେଁ ଗ୍ରାମବାସୀଙ୍କ ପାଇଁ ପାଲଟିଛି ଏହା ଏକ ଆକର୍ଷଣର ବିଷୟ ଏବଂ ଏହି ପ୍ରତିମୂର୍ତ୍ତି ଗାଁର ପରିଚୟ ପାଲଟିଛି

Leave a Reply

Your email address will not be published. Required fields are marked *