
ବରଗଡ ଜିଲ୍ଲା ପଦ୍ମପୁର ଗୋରୁ ବଜାର ପ୍ରାଙ୍ଗଣରେ ଏକ ବିରାଟ କୃଷକ ଗର୍ଜନ ସମାବେଶ ଅନୁଷ୍ଠିତ । ଏହି ସମାବେଶରେ ଓଡିଶା ତଥା ରାଜ୍ୟ ବାହାରୁ ଅନେକ କୃଷକ ନେତା ଯୋଗଦାନ କରି ସମାବେଶକୁ ସଫଳ କରିଥିଲେ । ଉକ୍ତ ବିଶାଳ ଚାଷୀ ସମାବେଶରେ ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ ଚାଷୀମାନେ ଯୋଗଦାନ ଦେଇଥିଲେ । ରାଜବୋରାସମ୍ବର କୃଷକ ସଂଗଠନ ଚାଷୀର ହକ୍ ଅଧିକାର ତଥା ଅନେକ ସମସ୍ୟା କୁ ନେଇ ଲଢୁଥିବା ବେଳେ ଏହି ସମାବେଶରେ ସବୁ ଜମିକୁ ଜଳ ସେଚନ ଏବଂ ସବୁ ଚାଷୀଙ୍କ ଋଣ ଛାଡ, ଫସଲର ଉଚିତ୍ ମୂଲ୍ୟ ସହ ବଜାର ବ୍ୟବସ୍ଥା, ଦେୟ ମୁକ୍ତ ବିଦ୍ୟୁତ୍ ଏବଂ ବକେୟା ବିଦ୍ୟୁତ୍ ବିଲ୍ ଛାଡ, ଜଙ୍ଗଲ ଜାତ ଦ୍ରବ୍ୟର ମୂଲ୍ୟ ଓ ବଜାର, ଆବଶ୍ୟକ ଶିକ୍ଷକ ଓ ଡାକ୍ତର, ଭତ୍ତା ୩୦୦୦ ଟଙ୍କା, ସମ୍ବଲପୁରୀ ଭାଷାକୁ ସମ୍ବିଧାନ ମାନ୍ୟତା ଓ କୋଶଳ ରାଜ୍ୟ ତଥା ପଦ୍ମପୁରକୁ ଜିଲ୍ଲା କାର୍ଯ୍ୟକାରୀ କରିବାର ଦାବୀ ଗୁଡ଼ିକ ରଖାଯାଇଛି । ଆଗାମୀ ଦିନରେ ଚାଷୀ ମାନଙ୍କ ଏହି ୩ ପି.ପି.ପିକୁ ପୁରଣ ନହେଲେ କୃଷକ ସଂଗଠନ ଆହୁରି ତୀବ୍ର ରୂପେ ଆନ୍ଦୋଳନ କରିବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ।