ଦିଲ୍ଲୀରେ ଜରୁରୀ ଅବତରଣ କଲା ମୁମ୍ବାଇରୁ ନ୍ୟୁୟର୍କ ଯାଉଥିବା ବିମାନ

ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ । ଜରୁରୀ ଅବତରଣ କଲା ମୁମ୍ବାଇରୁ ନ୍ୟୁୟର୍କ ଯାଉଥିବା ବିମାନ। ମିଳିଥିବା ସୂଚନା ଅନୁଯାୟୀ ଆଜି ସଖାଳୁ ବିମାନଟି ମୁମ୍ବାଇରୁ ଆମେରିକାର ନ୍ୟୁୟର୍କ ଯିବାର ଥିଲା ।ବିମାନଟି ଉଡାଣ ମଧ୍ଯ ଭରିଥିଲା ହଠାତ୍ ବିମାନରେ ବୋମା ରହିଥିବା ସୂଚନା ଆସିଲା । ସଙ୍ଗେ ସଙ୍ଗେ ବିମାନଟିକୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ବିମାନବନ୍ଦନରେ ଜରୁରୀ ଅବତରଣ କରିଥିଲା । ଖବର ପ୍ରକାଶିତ ହେବା କ୍ଷଣି ସ୍ୱତନ୍ତ୍ର ଟିମ ପହଞ୍ଚି ବିମାନର ଯାଞ୍ଚ ଆରମ୍ଭ କରିଥିଲେ । ସମସ୍ତ ଯାତ୍ରୀ ଏବଂ କ୍ରିୟୁ ସଦସ୍ୟ ସୁରକ୍ଷିତ ରହିଛନ୍ତି ଏବଂ ଯାତ୍ରୀଙ୍କ ସରକ୍ଷା ପାଇଁ ସବୁ ପ୍ରକାରର ସୁରକ୍ଷା ପ୍ରୋଟକଲ ପାଳନ କରାଯାଉଥିବା ଏୟାର ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି

Leave a Reply

Your email address will not be published. Required fields are marked *