ବ୍ଲକ କର୍ମଚାରୀଙ୍କ କଲମ ଛାଡ ଆନ୍ଦୋଳନ

ବିଡିଓଙ୍କ ନାମରେ ଅଧ୍ୟକ୍ଷା ମିଥ୍ୟା ଅଭିଯୋଗ ଦେଇଥିବା ପ୍ରତିବାଦରେ କଲମ ଛାଡ ଆନ୍ଦୋଳନ କରିଛନ୍ତି ଗୋପ ବ୍ଲକର ସମସ୍ତ କର୍ମଚାରୀ ।

ଗତକାଲି ଗୋପ ବ୍ଲକ କନଫ୍ରେନ୍ସନ ହଲ ଉଦଘାଟନ ପୂର୍ବରୁ, ଫଳକରେ ବ୍ଲକ ଅଧକ୍ଷା ଜୁନୁ ମଲିକଙ୍କ ନାମ ଲେଖା ନଥିବା ନେଇ ଅସନ୍ତୋଷ ଦେଖା ଦେଇଥିଲା । ଫଳରେ ଅଧ୍ୟକ୍ଷା ଝୁନୁ ମଲ୍ଲିକ ଇଟା ଦ୍ବାରା ଫଳକକୁ ଭାଙ୍ଗି ଦେଇଥିଲେ । ପରେ ଗୋପ ବ୍ଲକ ପରିସରରେ ବ୍ଲକ ଉପାଧକ୍ଷ ବନରଞ୍ଜନ ପଟ୍ଟନାୟକ , ତାଙ୍କ ସମର୍ଥକ ଏବଂ ବ୍ଲକ ଅଧକ୍ଷଙ୍କ ସମର୍ଥକ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା l ଏହି ଘଟଣାକୁ ନେଇ ଅଧ୍ୟକ୍ଷା ବିଡିଓଙ୍କ ନାମରେ ଗୋପ ଥାନାରେ ଏତଲା ଦେଇଥିଲେ । ଅଧକ୍ଷା ବିଡିଓ ତାଙ୍କୁ ଜାତିଆଣ କଥା କହି ଗାଳି ଗୁଲଜ କରିଥିବାର ମିଥ୍ୟା ଅଭିଯୋଗ ଦେଉଥିବାରୁ ଗୋପ ବ୍ଲକ ର ସମସ୍ତ କର୍ମଚାରୀ ଗତ ଦୁଇଦିନ ହେଲାଣି କଲମ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହି ବିବାଦ ସମାଧାନ ହୋଇପାରୁ ନଥିବାରୁ ବହୁ ଦୂର ଦୁରାନ୍ତରୁ ନିଜ ନିଜ କାର୍ଯ୍ୟରେ ଗୋପ ବ୍ଲକକୁ ଆସିଥିବା ଅନେକ ହିତାଧିକାରୀ କର୍ମଚାରୀଙ୍କ କଲମ ଛାଡ଼ ଆନ୍ଦୋଳନ ପାଇଁ ନିରାଶରେ ଅପେକ୍ଷା କରିଥିବା ବେଳେ ଅନେକ ଫେରୁଥିବାର ଦେଖିବାକୁ ମିଳୁଛି l

Leave a Reply

Your email address will not be published. Required fields are marked *