ଦୁଇ ଭଉଣୀଙ୍କ କ୍ୟାଟ ଫାଇଟ,ସାନ କଲା ବଡ଼କୁ ବଦନାମ

ଘରୋଇ ତିକ୍ତତା କୁ ନେଇ ଦୁଇ ଭଉଣୀ ଙ୍କ ଭିତରେ କ୍ୟାଟ ଫାଇଟ. ଭଉଣୀ ସାଜିଲା ଭଉଣୀ ର ବଇରୀ..ବଡ଼ ଭଉଣୀ କୁ ବଦନାମ କରିବା ପାଇଁ ସାନ ଭଉଣୀ ପ୍ଲାନ କରି ନିଜ ପ୍ରେମିକ ସହ ମିଶି ବଡ଼ ଭଉଣୀ କୁ ବଦନାମ କରିବାକୁ ଚକ୍ରାନ୍ତ. ସମ୍ବେଦନ ଶିଳ ଫଟୋ ଭାଇରଲ ର ଧମକ ଦେଇ ଏକ ଲକ୍ଷ୍ୟ ଟଙ୍କା ମାଗିବା ଘଟଣା,ଏନେଇ କେନ୍ଦ୍ରାପଡ଼ା ସଦର ଥାନା ସମେତ ଚାନ୍ଦୋଳ ଫାଣ୍ଡିରେ ଅଭିଯୋଗ I

କେନ୍ଦ୍ରାପଡ଼ା ସଦର ଥାନା ଡେରାବିଶ ବ୍ଲକ ଅନ୍ତର୍ଗତ ଇନ୍ଦାଳ ପଞ୍ଚାୟତ ଅଢଙ୍ଗା ଗ୍ରାମ ର ପ୍ରଫୁଲ ଗୋଛାୟତ ଙ୍କ ଝିଅ ବାସନ୍ତି ଗୋଛାୟତ ଓ ତାଙ୍କ ଦାଦା ଝିଅ ସାନ ଭଉଣୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ଗୋଛାୟତ ଙ୍କ ଭିତରେ ମୋବାଇଲ ରେ ହ୍ୱାଟ୍ସସାପ୍ପ ଷ୍ଟାଟର୍ସ ଲେଖା କୁ ନେଇ ତିକ୍ତତା ଆରମ୍ଭ ହୋଇଥିଲା. ତେବେ ଦୁଇ ଭଉଣୀଙ୍କ ତିକ୍ତତା ଜିମିଟି ଖେଳରୁ ମହାଭାରତ ଭଳି ବ୍ୟାପି ଯାଇଥିଲା I

ତେବେ ସାନ ଭଉଣୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ଗୋଛାୟତ ନିଜ ପୁରୁଷ ବନ୍ଧୁ ତଥା ପ୍ରେମିକ ତନୁ ମହାନ୍ତି ଙ୍କୁ ବଡ଼ ଭଉଣୀ ସହ ତିକ୍ତତା ବିଷୟରେ ଅବଗତ କରାଇଥିଲେ. ପ୍ରିୟଙ୍କା ଓ ତାଙ୍କ ପ୍ରେମିକ ମିଶି କୁତ୍ସାରଚନା କରି ଚକ୍ରାନ୍ତ କରିଥିଲେ ,ତେବେ ବଡ଼ ଭଉଣୀ ବାସନ୍ତି ଗୋଚ୍ଛାୟତ ଓ ତାଙ୍କ ମା ବାପା ଙ୍କୁ,ଦାଦା ଝିଅ ସାନ ଭଉଣୀ ର ରସିକିଆ ପ୍ରେମିକ ତନୁ ମହାନ୍ତି ଫୋନ କରି ବିଭିନ୍ନ ଅଶ୍ଳୀଳ ଭାଷା ରେ ଗାଳି ଗୁଲଜ କରିବା ସହ ବାସନ୍ତି ଙ୍କ ଫଟୋ କୁ ଆପତ୍ତିଜନକ ଭାବେ ଏଡିଟିଙ୍ଗ କରି ସୋସିଆଲ ମିଡ଼ିଆ ରେ ଭାଇରାଲ କରିଦେବ ବୋଲି ଧମକ ଦେଇଥିଲା I

ଏଥିସହ ବାସନ୍ତି ଙ୍କ କିଛି ସମ୍ବେଦନଶିଳ ଫଟୋ କୁ ସାନ ଭଉଣୀ ର ପ୍ରେମିକ ରଖିଥିବା ଫୋନ ଯୋଗେ କହିଥିଲା. ଆଉ ଫଟୋ ଭାଇରାଲ କରିବାର ଧମକ ଦେଇ ତନୁ ମହାନ୍ତି ବାସନ୍ତୀ ଙ୍କୁ ଏକ ଲକ୍ଷ୍ୟ ଟଙ୍କା ମାଗିଥିଲା.. ଟଙ୍କା ନ ଦେଲେ ଫଟୋ ଭାଇରାଲ କରିବ ବୋଲି କହି ବ୍ଲାକମେଲିଙ୍ଗ କଲା.. ତେବେ ଯୁବତୀ ବାସନ୍ତି ଗୋଛାୟତ ଙ୍କ ପାଇଁ ନିଜ ଭଉଣୀ ଓ ତା ପ୍ରେମିକ ବଇରୀ ସାଜିବାରୁ ବାଧ୍ୟ ହୋଇ ବାସନ୍ତି ଗୋଚ୍ଛାୟତ କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଚାନ୍ଦୋଳ ଫାଣ୍ଡି ରେ ଅଭିଯୋଗ କରିଛନ୍ତି. ଘଟଣା ପରେ ପୋଲିସ ଅଢଙ୍ଗା ରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି I

Leave a Reply

Your email address will not be published. Required fields are marked *