ରାଜରାସ୍ତାକୁ ଓହ୍ଲାଇଲେ ହଜାର ହଜାର ଚାଷୀ ଓ ଅଞ୍ଚଳବାସୀ

ବରଗଡ ଜିଲ୍ଲା ବରପାଲି ଠାରେ ରାଜରାସ୍ତାକୁ ଓହ୍ଲାଇ ହଜାର ହଜାର ଚାଷୀ ଓ ଗର୍ଜିଛନ୍ତି ବିଦ୍ୟୁତ୍ ଉପଭୋକ୍ତା ଟାଟା ପାୱାର ବିରୁଦ୍ଧରେ । ତେବେ ସଂଯୁକ୍ତ କୃଷକ ସଂଗଠନ ଓ ବରପାଲିର ହଜାର ହଜାର ଉପଭୋକ୍ତା ମାନେ ମିଳିତ ଭାବେ ୫ ଦଫା ଦାବିରେ ବରପାଲି ତହସିଲଦାରଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଛନ୍ତି। ୩୦୦ ୟୁନିଟ ମାଗଣା ବିଜୁଳି ମୁଖ୍ୟ ଦାବି ରହିଥିବା ବେଳେ ସ୍ମାର୍ଟ୍ ମିଟର କୁ ବରଗଡ଼ ଜିଲ୍ଲାରେ କାହିଁକି ଲଗାଯାଉନାହିଁ ବୋଲି ପ୍ରଶ୍ନ କରାଯାଇଛି । ସେହିପରି ବିଦ୍ୟୁତ୍ ବକେୟା ବିଲ୍ ଛାଡ଼ ସହ କମ୍ପାନୀ ହାତରେ ବିଦ୍ୟୁତ୍ ଦାୟିତ୍ଵ ନ ଦେଇ ସରକାର ନିଜ ହାତକୁ ନେବା ପାଇଁ ଦାବୀ କରାଯାଇଛି ।

ଉକ୍ତ ଦାବୀ ଗୁଡ଼ିକ ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ବଡ଼ ରୂପ ନେବ ବୋଲି ଚେତାବନି ଦେଇଛନ୍ତି ଚାଷୀମାନେ । ଆହୁରି ଏହି ଆନ୍ଦୋଳନ ରେ ବରପାଲିର ବିଭିନ୍ନ ସଙ୍ଗଠନ ସ୍ଵତଃ ପ୍ରବୃତ ଭାବେ ସାମିଲ ହୋଇ ଟାଟା ପାୱାର ବିରୁଦ୍ଧରେ ନାରାବାଜି କରି ଗର୍ଜିଛନ୍ତି।

Leave a Reply

Your email address will not be published. Required fields are marked *