ଆଜି ଯାଜପୁର ଜିଲ୍ଲା କୋରେଇ ବିଧାୟକ ଆକାଶ ଦାସ ନାୟକ ବ୍ୟାସନଗର ପୌରାଞ୍ଚଳର ୨୪ ନମ୍ବର ୱାର୍ଡରେ ଗୋପୀନାଥ ଗଜପତି ଭୂୟାଁ ଚାରିଟେବଲ ଟ୍ରଷ୍ଟ ସହାୟତାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ଯୋଗ ଦେଇ ବୃକ୍ଷ୍ୟ ରୋପଣ କରିଛନ୍ତି । ଜିଲ୍ଲା ବିଜେପି ଉପସଭାପତି ପ୍ରସନ ସାମଲଙ୍କ ନେତୃତ୍ୟରେ ଆୟୋଜିତ ଏହି ସଭାରେ ୱାର୍ଡର ଶତାଧିତ ମହିଳା ଉପସ୍ଥିତ ରହି ବିଧାୟକଙ୍କ ଏଭଳି ମହତ କାର୍ଯ୍ୟ ପାଇଁ ପ୍ରଶଂସା କରିଥିଲେ । ବୃକ୍ଷ୍ୟ ହେଉଛି ଆମ ଜୀବନ । ବୃକ୍ଷ ବିନା ଜୀବନ ଅସମ୍ଭବ ତେଣୁ, ମା ପାଇଁ ଆମେ ସମସ୍ତେ ଗୋଟେ ଗୋଟେ ଗଛ ଲଗାଇ ସମାଜ ପାଇଁ ଉଦାହରଣ ସାଜିବାକୁ ବିଧାୟକ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । ଦିନକୁ ଦିନ ଆମ ପରିବେଶର ସ୍ଥିତି ବିଗିଡିବାରେ ଲାଗିଛି । ଯାହାକୁ ନେଇ ପରିବେଶବିତ ମାନେ ଉଦବେଗ ପ୍ରକାଶ କରିଛନ୍ତି । ତେଣୁ ସରକାରଙ୍କ ତରଫରୁ ମଧ୍ୟ ଅନେକ ସମୟରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥାଏ । ଏବେ ମା ପାଇଁ ଗଛଟିଏ ଅଭିଯାନ ଚାଲିଥିବା ବେଳେ କୋରେଇରେ ତାହାର ପ୍ରତିଫନ ଦେଖିବାକୁ ମିଳିଛି । ତେବେ ଯେମିତି ଜଣେ ପିଲା ପାଇଁ ମା ଟିଏ ହେଉଛି ସବୁକିଛି ଠିକ୍ ସେମିତି ଗଛଟିଏ ମଧ୍ୟ ଆମ ପାଇଁ ତଥା ଏ ଜୀବଜଗତ ପାଇଁ ସବୁକିଛି । ତେଣୁ ତାକୁ ଦୃଷ୍ଟିରେ ରଖି ଏପରି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।