ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ଠାରେ ଥିବା ଓଁ ବିଦ୍ୟା ଭାରତୀ ଆବାସିକ ମହାବିଦ୍ୟାଳୟ ର ଜଣେ ଛାତ୍ରଙ୍କ ର ଏକ ଅଜଣା ଗାଡି ଧକ୍କା ରେ ମୃତ୍ୟୁ ହୋଇଛି |ମୃତକ ଛାତ୍ର ଜଣକ ହେଲେ ଦେବଗଡ ଜିଲ୍ଲା ଛେପିଲିପାଲି ଗ୍ରାମ ର ହରି ଚନ୍ଦ୍ର ସ୍ୱାଇଁ ଙ୍କ ପୁଅ ରୁପେଶ ସ୍ୱାଇଁ | ରୁପେଶ ଗତ ଏକ ବର୍ଷ ହେବ ଓଁ ବିଦ୍ୟା ଭାରତୀ ଆବାସିକ ମହାବିଦ୍ୟାଳୟ ରେ ରହି ପାଠ ପଢୁଥିଲେ , ଚଳିତ ବର୍ଷ ସେ ଯୁକ୍ତ ଦୁଇ ବିଜ୍ଞାନର ଦ୍ୱିତୀୟ ବର୍ଷ ରେ ପାଠ ପଢୁଥିଲେ ।ଯେହେତୁ କଲେଜ ଟି ସମ୍ପୂର୍ଣ ଆବାସିକ ଥିଲା ତେଣୁ ଏହି କଲେଜ ର ହଷ୍ଟେଲ ରେ ହିଁ ରୁପେଶ ରହି ଆସୁଥିଲେ ।
ଆଜି ସକାଳେ ରୁପେଶ ଙ୍କ ବାପା ହରି ଚନ୍ଦ୍ର ସ୍ୱାଇଁ ଙ୍କ ନିକଟକୁ ହଷ୍ଟେଲ ର ୱୟଡେନ ଫୋନ କରି ଜଣାଇଥିଲେ କି ଆପଣଙ୍କ ପୁଅ ର ଏକ ଦୁର୍ଘଟଣା ହୋଇଛି , ସେ ହସିପିଟାଲ ରେ ଅଛି, ଆପଣ ଶୀଘ୍ର ଆସନ୍ତୁ । ହରିଚନ୍ଦ୍ର ଦେବଗଡ ରୁ ଅନୁଗୋଳ ହସ୍ପିଟାଲ କୁ ଆସିଲା ବେଳକୁ ଜାଣିବାକୁ ପାଇଲେ ଯେ ତାଙ୍କ ପୁଅ ର ମୃତ୍ୟୁ ହୋଇ ସାରିଛି । ତେବେ କଲେଜ କର୍ତ୍ୟୁପକ୍ଷ ଙ୍କୁ ପଚାରିବାରୁ ସେ କହିଥିଲେ କି ଆପଣଙ୍କ ପୁଅ ରାତି ପ୍ରାୟ ୧.୧୫ ସମୟରେ ହଷ୍ଟେଲ ରୁ ସାର ଙ୍କ ଗାଡି ଧରି ପଳାଇଯାଉଥିବା ବେଳେ ୫୫ ନମ୍ବର ଜାତୀୟ ରାଜପଥ ର ଟାଟା ସୋରୁମ ନିକଟରେ ଏକ ଅଜଣା ଗାଡି ଧକ୍କା ଦେଇଥିଲା ଯାହା ଫଳରେ ଆମେ ତାକୁ ସେଠାରୁ ଆଣି ହସ୍ପିଟାଲ ଭର୍ତି କରିଥିଲୁ ଓ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ |
ତେବେ ଘଟଣା ଟିକୁ ନେଇ ପରିବାର ପକ୍ଷରୁ କଲେଜ କର୍ତ୍ୟୁପକ୍ଷ ଙ୍କ ଅବହେଳା ଦର୍ଶାଇ ନାଲକୋ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି , ରୁପେଶ ଙ୍କ ବାପା ଙ୍କ ଅଭିଯୋଗ କି କଲେଜ ର ଦାୟିତ୍ୱ ହୀନ ପାଇଁ ତାଙ୍କ ପୁଅ ର ମୃତ୍ୟୁ ଘଟିଛି |ରାତି ସମୟରେ ସେ କାହିଁକି ହଷ୍ଟେଲ ରୁ ବାହାରକୁ ଗଲା ?ଯଦି ଯିବାର ଥିଲା ତେବେ ଗାଡି କେଉଁଠୁ ପାଇଲା ଓ ଗାଡି ର ଚାବି ତାକୁ କିଏ ଦେଇଥିଲା ?ହଷ୍ଟେଲ ରୁ ତାଙ୍କ ପୁଅ ଗଲା ସମୟରେ ୱୟଡେନ କଣ କରୁଥିଲେ ? ରୁପେଶ ଏକା ଯାଇଥିଲା କି ତାଙ୍କ ସହ ଆଉ କିଏ ଥିଲା।ଏଭଳି ଅନେକ ଅଭିଯୋଗ କରିଛନ୍ତି | ଏ ଘଟଣାକୁ ଚପାଇ ଦେବାକୁ ବହୁ ଦଲାଲ ମଧ୍ୟ ଲାଗି ପଡିଛନ୍ତି।