ନିଶା କାରବାରରେ ଲାଗୁନି ବ୍ରେକ୍

ବରଗଡ଼ ସହରରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ହେବା ସହ ଯୁବଗୋଷ୍ଠୀ ପଥଭ୍ରଷ୍ଟ ହେଉଛନ୍ତି । ଏପରି ସ୍ଥିତିରେ ବରଗଡ଼ ପୁଲିସ ପ୍ରଶାସନ ଏହା ଉପରେ ଅଙ୍କୁଶ ଲଗାଇବା ସହ ଚଢ଼ାଉ ଜାରି ରଖିଛି ।ସନିବାରେ କୌଣସୀ ସୁତ୍ରରୁ ପୋଲିସ ବିଭାଗକୁ ଖବରମିଳିଥିଲା ୱାର୍ଡ ନମ୍ବର 1 ମାଲପଡ଼ାର ଏକ ଘରେ କିଛି ମାଦକ ଦ୍ରବ୍ୟରହିଛି ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମରେ ଅଜିକ୍ୟୁଟିଭ ମାଜିଷ୍ଟେଟଙ୍କ ଉପସ୍ଥିତତରେ ଉକ୍ତ ଘରକୁ ତଲାସି କରାଯାଇଥିଲା ସେଠାରୁ ଵିପୁଳ ପରିମାଣର୍ କଫସିରଫ, ନିଶା ଇଂଜେକସନ , ନିଶା ବଟିକା ସହ ନଗଦ ଟଙ୍କା ଜବତ କରାଯାଇଛି । ଘଟଣାରେ ଘର ମାଲିକଙ୍କୁ ଗିରଫ କରି ପୁଲିସ ତଦନ୍ତ ଜାରି ରଖିଛନ୍ତି । ତେବେ ଏହା କେଉଁଠୁ ଆସୁଥିଲା କେଉଁଠାକୁ ସପ୍ଲାଏ କରାଯାଉଥିଲା ଏହାର ମାଷ୍ଟର ମାଇଣ୍ଡ କିଏ ତାହା ଏଯାଏଁ ଜଣାପଡି ନାହିଁ

Leave a Reply

Your email address will not be published. Required fields are marked *