ଦିଲ୍ଲୀ ମଦ ଦୁର୍ନୀତି ମାମଲା: କୋର୍ଟ ପରିସରରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କଲା CBI

ଦିଲ୍ଲୀର ବହୁଚର୍ଚ୍ଚିତ ଏବଂ ବିବାଦୀୟ ମଦ ଦୁର୍ନୀତି ମାମଲାରେ ଆର୍ଥିକ ହେରଫେର ଅଭିଯୋଗରେ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଭିତରେ ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବୁଧବାର ଦିନ ଗିରଫ କରିଛି ସିବିଆଇ (CBI) । ରାଉସ୍ ଆଭେନ୍ୟୁ କୋର୍ଟ ସିବିଆଇକୁ (CBI) କେଜ୍ରିୱାଲଙ୍କୁ କୋର୍ଟ ପରିସରରେ ପରୀକ୍ଷା କରିବାକୁ ଅନୁମତି ଦେବା ପରେ ଏବଂ ଗିରଫ ସପକ୍ଷରେ ସେମାନଙ୍କ ପାଖରେ ଥିବା ତଥ୍ୟ ବା ପ୍ରମାଣକୁ କୋର୍ଟ ସମ୍ମୁଖରେ ରଖିବାପରେ କେଜ୍ରିୱାଲଙ୍କୁ ଗିରଫ କରିବାକୁ ଅନୁମତି ପ୍ରଦାନ କରିଥିଲେ ।

୨୦୨୧-୨୨ ମସିହାର ଦିଲ୍ଲୀ ମଦ ନୀତି ମାମଲାର ଶୁଣାଣି ପାଇଁ କେଜ୍ରିୱାଲଙ୍କୁ ବୁଧବାର ସକାଳେ ସିବିଆଇ ରାଉସ୍ ଆଭେନ୍ୟୁ କୋର୍ଟକୁ ଆଣିଥିଲା । କେଜ୍ରିୱାଲଙ୍କ ସହ ତାଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ମଧ୍ୟ ରାଉସ୍ ଆଭେନ୍ୟୁ କୋର୍ଟ ରେ ଉପସ୍ଥିତ ଥିଲେ ।

ମାର୍ଚ୍ଚ ୨୧ ରେ ଦିଲ୍ଲୀ ସିଏମଙ୍କୁ ଇଡି (ED) ଗିରଫ କରିଥିଲା। ସପ୍ତାହେ କାଳ ଜେଲରେ ରହିବା ପରେ ତାଙ୍କୁ ଲୋକସଭା ନିର୍ବାଚନ ପାଇଁ ପ୍ରଚାର କରିବାକୁ ସୁପ୍ରିମକୋର୍ଟ ୧୦ ମଇରେ ମୁକ୍ତ କରିଥିଲେ। ଜୁନ୍ ୨ ରେ ସେ ଜେଲକୁ ଫେରିଥିଲେ।

Leave a Reply

Your email address will not be published. Required fields are marked *