ନେଦରଲ୍ୟାଣ୍ଡସ୍‌ରେ ନାଦିଆଙ୍କୁ ବାହା ହେଲେ ନବୀନଙ୍କ ପୁତୁରା ଅରୁଣ

ବିବାହ ବନ୍ଧନରେ ବାନ୍ଧି ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ । ଆପଣ ଠିକ୍ ଶୁଣିଲେ, ନବୀନ ପଟ୍ଟନାୟକଙ୍କ ବଡଭାଇ ପ୍ରେମ ପଟ୍ଟନାୟକଙ୍କ ପୁଅ ଅରୁଣ ଆଜି ନେଦରଲ୍ୟାଣ୍ଡସ୍‌ର ଏମଷ୍ଟରଡାମ୍ Amsterdam ରେ ବିବାହ କରିଛନ୍ତି । ସୁଦୁର ନେଦରଲ୍ୟାଣ୍ଡସ୍‌ରେ ଏବ ଭବ୍ୟ ସମାରୋହରେ ସେ ବିବାହ କରିଥିବା ଫୋଟୋ ଏବେ SOCIAL MEDIA ମାଧ୍ୟମରେ ସାମ୍ନାକୁ ଆସିଛି । ତେବେ ନବୀନଙ୍କ ପୁତୁରା ତଥା ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ନାତୀ ଅରୁଣଙ୍କୁ ନେଇ ଓଡିଶା ମିଡିଆରେ ଚର୍ଚ୍ଚ। ଜୋର ଧରିଥିଲା । କୁହାଯାଉଥିଲା ନବୀନଙ୍କ ପରେ ସେ ହିଁ ହେବେ ବିଜେଡି ସୁପ୍ରିମୋ ଏବଂ ନବୀନଙ୍କ ଉତ୍ତରାଧିକାରୀ ।

ରାଜନୀତି ଚର୍ଚ୍ଚା ଭିତରେ ନାଦିଆ ନାମ୍ନୀ ଜଣେ ବିଦେଶୀ ଯୁବତୀଙ୍କୁ ବିବାହ କରି ଅରୁଣ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ନାଦିଆ-ଅରୁଣଙ୍କ ଏହି ବିବାହ ଉତ୍ସବରେ ଅରୁଣଙ୍କ ବାପା ପ୍ରେମ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ। ଆଉ ବିବାହ ବେଳର କିଛି ଭିଜୁଆଲ୍ , ଫୋଟୋ ପ୍ରେମ ପଟ୍ଟନାୟଙ୍କ ଝିଅ ସୋଶାଲ ମିଡିଆରେ ସେୟାର କରିଛନ୍ତି । ଅରୁଣ ଏବଂ ନାଦିଆଙ୍କର ବିବାହ ଫୋଟୋ ପ୍ରେମ ପଟନାୟକଙ୍କର ପ୍ରଥମ ପତ୍ନୀଙ୍କର ଝିଅ ଗାୟତ୍ରୀ ମଧ୍ୟ ତାଙ୍କ Instagram ହାଣ୍ଡଲରେ ପୋଷ୍ଟ କରିଥିଲେ ।

ସମ୍ପ୍ରତି ଅରୁଣ Delhiରେ ବ୍ୟବସାୟ କରୁଛନ୍ତି । ସେ ଶିଳ୍ପପତି ପ୍ରେମ ପଟନାୟକ ଏବଂ ତାଙ୍କ Mexican ପତ୍ନୀଙ୍କର ବଡ଼ ପୁଅ ଅଟନ୍ତି । ତେବେ କିଛି ଦିନ ତଳେ ପ୍ରେମ ନବୀନ ନିବାସ ଆସିଥିଲେ । ଆଉ ସେତେବେଳେ ସେ ନବୀନଙ୍କ ଉତ୍ତରାଧିକାରୀ ହେବା ନେଇ ଚର୍ଚ୍ଚା ଜୋରରେ ଚାଲିଲା । ହେଲେ ଏବେ କୁହାଯାଉଛି ଯେ, ସେ ନିଜ ବିବାହ ନିମନ୍ତ୍ରଣ ପାଇଁ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବାକୁ ଆସିଥିଲେ ।

–ବ୍ୟୁରୋ ରିପୋର୍ଟ, ସୂଚନା ଟିଭି

Leave a Reply

Your email address will not be published. Required fields are marked *