
ବଲାଙ୍ଗିର: ଆସନ୍ତା ସାଧାରଣ ନିର୍ବାଚନକୁ ସରଳ ଓ ତୃଟି ଶୂନ୍ୟ କରିବା ପାଇଁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ପୋଲିଙ୍ଗ ଓ ପ୍ରିଜାଡିଙ୍ଗ ଅଧିକାରୀ ମାନଙ୍କୁ ତାଲିମ୍ ପ୍ରଦାନ କାର୍ଯ୍ୟକ୍ରମ ଆଜି ଠାରୁ ଆରମ୍ଭ ହୋଇଛି । ରାଜ୍ୟରେ ହେବାକୁ ଥିବା ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟାରେ ନିଯୁକ୍ତ ପୋଲିଙ୍ଗ ଅଧିକାରୀ ସାମିଲ ଥିଲେ । ସୂଚନା ଯୋଗ୍ୟଯେ ଏହି ତାଲିମ୍ ପ୍ରଦାନ କାର୍ଯ୍ୟକ୍ରମ ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଏହି ତାଲିମ୍ କାର୍ଯ୍ୟକ୍ରମକୁ ସୂଚାରୁରୂପେ ପରିଚାଳନା କରିବା ପାଇଁ ମହିଳା ସରକାରୀ ମହାବିଦ୍ୟାଳୟ ସମେତ ଅନ୍ୟାନ୍ୟ ସରକାରୀ ମହାବିଦ୍ୟାଳୟ ଠାରେ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଗୌରୱ ଶିୱାଜୀ ଇସଲୱାରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ତାଲିମ୍ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ବିଜୟାନନ୍ଦ ସେଠୀ , ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା, ଡେପୁଟି କଲେକ୍ଟର ଇଲେକ୍ସନ ରାଜେନ୍ଦ୍ର ନାୟକ ସମେତ ଅନ୍ୟାନ୍ୟ ଅଧିକାରୀ ପ୍ରମୁଖଙ୍କୁ ପର୍ଯ୍ୟାୟକ୍ରମେ ତାଲିମ୍ ପ୍ରଦାନ ପାଇଁ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଏହି ଶିବିରରେ ପୋଲିଙ୍ଗ ଅଧିକାରୀ ଓ ପ୍ରିଜାଡିଙ୍ଗ ଅଧିକାରୀଙ୍କୁ ସାଧାରଣ ନିର୍ବାଚନ ପରିଚାଳନା ନିଜ ନିଜ ଦାୟିତ୍ୱ କିପରି ନିର୍ଭୁଲ ଭାବରେ ତୁଲାଇବେ ସେ ସମ୍ପର୍କରେ ତାଲିମ୍ ପ୍ରଦାନ କରାଯିବ ।

ପୋଲିଙ୍ଗ ଅଧିକାରୀ ମାନେ କିପରି ବ୍ୟବସ୍ଥିତ ଭାବେ ପ୍ରଦର୍ଶନ କେନ୍ଦ୍ରରୁ ବୁଥ୍ ପର୍ଯ୍ୟନ୍ତ ଯିବେ ଓ ବୁଥ୍ ରେ କେଉଁ ଅଧିକାରୀଙ୍କ କଣ କଣ କାର୍ଯ୍ୟ ତାହା ବୁଝାଇଥିଲେ । ଭୋଟ ଗ୍ରହଣ ଦିନ ଶାନ୍ତି ଶୃଙ୍ଖଳା ସହ ଭୋଟ ଦାନ ପ୍ରକିୟା କିପରି କରିପାରିବେ, ସେକ୍ଟର ଅଧିକାରୀଙ୍କ ସହ କିପରି ଯୋଗାଯୋଗ ରଖି ସୂଚନା ଦେବାକୁ ତାଲିମ୍ ପ୍ରଦାନ କରିଥିଲେ । ଇଭିଏମ୍, ଭିଭିପାଟ କିପରି ସଂଯୋଗ କରିବେ କଣ୍ଟ୍ରୋଲ ୟୁନିଟ କାର୍ଯ୍ୟ ଆଦି ସୂଚନା ଦେଇଥିଲେ । ପ୍ରତ୍ୟେକ ପୋଲିଙ୍ଗ ଅଧିକାରୀ ନିଜ ନିଜର ଦାୟିତ୍ୱ ସୂଚାରୁରୂପେ ତୁଲାଇବା ସହିତ ଗଣତନ୍ତ୍ରର ପବିତ୍ର କାର୍ଯ୍ୟକୁ ସଫଳତା ର ସହିତ ସମ୍ପାଦନା କରିବା ପାଇଁ ଜିଲ୍ଲାପାଳ ଶ୍ରୀ ଇସଲୱାର ପରାମର୍ଶ ଦେଇଥିଲେ ।

ଏଥି ସହିତ, ଜିଲ୍ଲାପାଳ ନିର୍ବାଚନ ସମୟରେ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ସମସ୍ତ ଙ୍କୁ ନିଜ ଶରୀର ର ଯତ୍ନ ନେବା, ଖାଦ୍ୟ ପାନୀୟ ଠିକ୍ ରଖିବା ପାଇଁ ପରାମର୍ଶ ଦେଇଥିଲେ। ଶାରୀରିକ ସମସ୍ୟା ଦେଖାଦେଲେ ତୁରନ୍ତ ନିକଟସ୍ଥ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର କୁ ଯାଇ ଡାକ୍ତର ଙ୍କ ପରାମର୍ଶ ନେବା ପାଇଁ କହିଥିଲେ। ନିର୍ବାଚନ ପାଇଁ ପ୍ରତ୍ୟେକ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ରେ ବ୍ୟାପକ ଔଷଧ, ଆମ୍ବୁଲାନ୍ସ ଓ ଜରୁରୀ ସେବା ସହ ଡାକ୍ତର ମାନେ ଉପସ୍ଥିତ ରହିବେ ବୋଲି ମଧ୍ୟ ସେ ସୂଚନା ଦେଇଥିଲେ।

Your article helped me a lot, is there any more related content? Thanks!
Your point of view caught my eye and was very interesting. Thanks. I have a question for you. https://accounts.binance.info/pl/register?ref=UM6SMJM3
Thanks for sharing. I read many of your blog posts, cool, your blog is very good.