କେମିତି ଟ୍ରକ୍ ପଛରେ ପିଟିହେଲା ସୁଧାକର ବସନ୍ତଙ୍କ କାର?

ଆଜି ସକାଳୁ ଆସିଥିଲା ଏମତି ଏକ ଖବର ଯାହା ପୂରା ଓଲିଉଡକୁ ଦୋହଲାଇ ଦେଇଥିଲା । ସିନେପ୍ରେମୀଙ୍କୁ ଆହତ କରିଥିଲା । ବାସ୍ତବରେ ଘଟଣାଟି ହେଉଛି କଟକ ମଙ୍ଗୁଳି ଛକ ନିକଟର । ଅଚାନକ ଖବର ଆସିଲା ଯେ, ଓଲିଉଡ ନିର୍ଦ୍ଦେଶକ ସୁଧାକର ବସନ୍ତଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଯେଉଁଥିରେ ସେ ଗୁରୁତର ଆହତ ହୋଇଛନ୍ତି । ଏହାପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ସୁଧାକର ବାରିପଦାରୁ ଫେରୁଥିବା ବେଳେ ମଙ୍ଗୁଳି ଛକ ଠାରେ ଏକ ଟ୍ରକ୍‌ ପଛରେ ପିଟି ହୋଇଥିଲା ତାଙ୍କ କାର୍‌ । ତୁରନ୍ତ ଚୌଦ୍ୱାର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆଉ କାର୍‌କୁ କାଟି ସେଥିରେ ଥିବା ସମସ୍ତଙ୍କୁ ଉଦ୍ଧାର କରିଥିଲେ । କାରରେ ଡ୍ରାଭରଙ୍କ ସମେତ ତିନି ଜଣ ଥିବା ବେଳେ ସୁଧାକର ଆଗ ସିଟରେ ବସିଥିଲେ ଏବଂ ତାଙ୍କ ସହକାରୀ ନିର୍ଦ୍ଦେଶକ ରଘୁ ପଛ ସିଟ୍‌ରେ ବସିଥିଲେ । ସୁଧାକରଙ୍କ ମୁଣ୍ଡ ଓ ଛାତିରେ ଆଘାତ ଲାଗିଛି । ତାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହୋଇଥିବା ଦେଖିବାକୁ ମିଳିଥିଲା । ସେହିପରି ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି। ତାଙ୍କ ହାତରେ ଅଧିକ ଆଘାତ ଲାଗିଥିବା ବେଳେ ତାଙ୍କୁ ମଧ୍ୟ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ହେଲେ ପଛ ସିଟରେ ବସିଥିବା ରଘୁଙ୍କର କିଛି କ୍ଷତି ହୋଇନଥିବା ଜଣାପଡିଛି । ଦୁର୍ଘଟଣା ସମୟରେ ଶୋଇପଡିଥିବାରୁ ସେ ଏ ବାବଦରେ ବିଶେଷ କିଛି ଜାଣିନଥିବା କହିଥିଲେ ।

ତେବେ କେମିତି ଏହି ଦୁର୍ଘଟଣା ଘଟିଲା, ତାହା ସ୍ପଷ୍ଟ ହୋଇନାହିଁ । ତେବେ କିଛି ଫ୍ଲମ କଳାକାରଙ୍କ ମତରେ,
ଡ୍ରାଇଭରଙ୍କ କହିବା ମୁତାବକ, କାରର ବେଗ ଘଣ୍ଟା ପ୍ରତି ୬୦/୭୦ କି.ମି ଥିଲା। ମଙ୍ଗୁଳି ନିକଟରେ ସାମ୍ନାରୁ ହଠାତ୍ ଏକ ଗାଡ଼ି ମାଡ଼ି ଆସିବାରୁ ଡ୍ରାଇଭର କାରକୁ ଗୋଟିଏ ପାଖକୁ ମୋଡି ଦେଇଥିଲେ । ଫଳରେ ପାଖରେ ଠିଆ ହୋଇଥିବା ଏକ ଟ୍ରକ୍‌ ପଛରେ ପିଟି ହୋଇଯାଇଥିଲା ।

Leave a Reply

Your email address will not be published. Required fields are marked *