+୨ ଛାତ୍ରଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

This image has an empty alt attribute; its file name is 222-1024x575.png

ଚମ୍ପୁଆ ଉପଖଣ୍ଡ ଝୁମ୍ପୁରା ଥାନା ଅନ୍ତର୍ଗତ ଖେଣ୍ଡରା ଠାରେ ଥିବା ଝୁମ୍ପୁରା ଆଦର୍ଶ ବିଦ୍ୟାଳୟ ର ଜଣେ +୨ ଛାତ୍ର ଆତ୍ମହତ୍ୟା କରିଥିବା ଜଣା ପଡିଛି। ଆତ୍ମହତ୍ୟା କରିଥିବା ଛାତ୍ର ହେଲେ ସଦର ଥାନା ଅନ୍ତର୍ଗତ ମଧୁପୁର ଗ୍ରାମର ହରିଶ କୁମାର ମାଝୀ । ସେ ଖେଣ୍ଡରା ସ୍ଥିତ ଆଦର୍ଶ ବିଦ୍ୟାଳୟ ରେ +୨ ଶ୍ରେଣୀ ରେ ପାଠ ପଢୁଥିବା ସହିତ ସେ ଖେଣ୍ଡରା ଗ୍ରାମର ଗଣେଶ୍ବର ମହାନ୍ତଙ୍କ ଘରେ ମେସରେ ରହୁଥିଲେ। ଗତ ୨ ତାରିଖ ସେ ସ୍କୁଲ ରୁ ଫେରି ବାହାରୁ ଆସୁଛି କହି ମେସ ରୁ ଯାଇଥିଲେ କିନ୍ତୁ ବହୁ ସମୟ ଧରି ସେ ନ ଫେରିବାରୁ ମେସ ମାଲିକ ଏ ନେଇ ସନ୍ଧ୍ୟା ରେ ତାଙ୍କ ବାପା ଖଗେଶ୍ବର ମାଝୀଙ୍କୁ ଖବର ଦେଇଥିଲେ। ଖବର ପାଇ ଖଗେଶ୍ବର ଓ ତାଙ୍କ ସ୍ତ୍ରୀ ଆସି ଅନେକ ଖୋଜା ଖୋଜି କରିଥିଲେ ହେଁ ତାଙ୍କୁ ପାଇ ନ ଥିଲେ। ତେବେ ଆଜି ଖେଣ୍ଡରା ନିକଟବର୍ତୀ ଆରଡେଇ ନଦୀ କୂଳରେ ଏକ ପଳାଶ ଗଛରେ ଝୁଲନ୍ତା ଅବସ୍ଥାରେ ହରିଶଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଏ ନେଇ ଖଗେଶ୍ବର ଝୁମ୍ପୁରା ଥାନାରେ ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ କୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଥିବା ବେଳେ ଆତ୍ମହତ୍ୟାର କାରଣ ଏ ପର୍ଯ୍ୟନ୍ତ ଜଣା ପଡି ନାହିଁ।

Leave a Reply

Your email address will not be published. Required fields are marked *